ଭୁବନେଶ୍ୱର : ସ୍କୁଲ କ୍ୟାମ୍ପସ କୁ ଗଣମାଧ୍ୟମକୁ ମନା ପ୍ରସଙ୍ଗରେ ସାଂସଦ ଅପରାଜିତାଙ୍କ ପ୍ରତିକ୍ରିୟା । ଏ ସମ୍ପର୍କରେ ଶୁଣି ମୁଁ ହତବାକ କହିଲେ ଭୁବନେଶ୍ୱର ସାଂସଦ ଅପରାଜିତା । ଏବେ ସରକାର ଯେଉଁ ନିର୍ଦ୍ଦେଶନାମା ଦେଇଛନ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ । ସାମ୍ବାଦିକଙ୍କୁ ସ୍କୁଲ ହତାକୁ ପ୍ରବେଶ କରାଇ ନ ଦେବା ହାସ୍ୟାସ୍ପଦ ଘଟଣା । ସ୍କୁଲ ଭିତରେ କଣ ଭୁଲ ଠିକ ହେଉଛି ପଦାକୁ ଆଣିବା ସାମ୍ବାଦିକର ଅଧିକାର । ଏଭଳି କରି ସରକାର ସାମ୍ବାଦିକଙ୍କ ଗଣତାନ୍ତ୍ରିକ ଅଧିକାରରେ ବାଧା ଦେଉଛନ୍ତି । ମୁଁ ଶିକ୍ଷା ସଚିବ ଥିବା ବେଳେ ସ୍କୁଲ କୁ ନୋ ପନିସମେଣ୍ଟ ଜୋନ କରାଯାଇଥିଲା । ନିୟମ ଉଲଂଘନ ହେଲେ ସାମ୍ବାଦିକଙ୍କୁ ଜଣାଇବାକୁ କୁହାଯାଇଥିଲା ।