ଭୁବନେଶ୍ୱର: ଗତ ୩ତାରିଖରୁ ଆରମ୍ଭ ହୋଇଥିବା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଆଜି ଶେଷ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ପରୀକ୍ଷା ଶେଷ ହୋଇଥିବା ବେଳେ ଚଳିତବର୍ଷ ମୋଟ୍ ଉପରେ ୮୨.୫% ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଗତବର୍ଷ ମୋଟ ଉପରେ ଉପସ୍ଥାନ ହାର ୭୫% ରହିଥିଲା ବୋଲି ଓଜେଇଇ ଅଧ୍ୟକ୍ଷ ସୁଦିପ କୁମାର ଚାନ୍ଦ ସୂଚନା ଦେଇଛନ୍ତି । ଚଳିତ ବର୍ଷ ରାଜ୍ୟର ୬୧ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୫୮ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବା ଲାଗି ବ୍ୟବସ୍ଥା କରାଯାଇଥିଲା । ସିବିଟି (କମ୍ପ୍ୟୁଟର ବେସଡ ଟେଷ୍ଟ) ମୋଡ଼ରେ ଦିନକୁ ୩ ଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେଉଥିଲା । ପରୀକ୍ଷାକେନ୍ଦ୍ରରେ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରାଯାଇଥିବା ବେଳେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଥିଲା ।
ଲାଟେରାଲ ଏଣ୍ଟ୍ରି(ଡିପ୍ଲୋମା), ଏମ୍ସିଏ/ଏମ୍ଏସ୍ସି, ଏମ୍ଟେକ୍(୧୧ ବିଷୟ), ଏମ୍ ଆର୍କିଟେକ, ଏମ୍ ପ୍ଲାନ, ଏମ୍ ଫାର୍ମା, ବିକ୍ୟାଟ୍, ଏମ୍ବିଏ, ଲାଟେରାଲ ଏଣ୍ଟ୍ରି ଫାର୍ମା, ଲାଟେରାଲ ଏଣ୍ଟ୍ରି (ବିଏସ୍ସି) ବି.କାଟ(ଫିଲ୍ମ ଏଡିଟିଂ), ଇଣ୍ଟିଗ୍ରେଟେଡ ଏମ୍ବିଏ ଏବଂ ଡିପ୍ଲୋମା ଲାଟେରାଲ ଏଣ୍ଟ୍ରି, ବି.ଫାର୍ମା ରେ ନାମଲେଖା ଲାଗି ପିଲାମାନେ ପ୍ରବେଶିକା ପରୀକ୍ଷା ଦେଇଛନ୍ତି । ଲାଗି ପ୍ରବେଶିକା ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି । ଚଳିତବର୍ଷ ପରୀକ୍ଷା ପାଇଁ ମୋଟ ୫୭ ହଜାର ୯୧୮ ଜଣ ଛାତ୍ରଛାତ୍ରୀ ଆବେଦନ କରଇଥିଲେ । ସେଥିରୁ ଲାଟେରାଲ ଏଣ୍ଟ୍ରିର ବିଟେକ୍ରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ବି.ଫାର୍ମା ପାଇଁ ୧୨ ହଜାର ୨୨୯ ଜଣ, ଏମ୍ବିଏ ପାଇଁ ୧୦ ହଜାର ୧୬୭ ଜଣ ଆବେଦନ କରିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ରାଜ୍ୟ ବାହାରେ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା ।