ଡେରାଡୁନ୍: ପଞ୍ଜାବରୁ କିଛି ପର୍ଯ୍ୟଟକଙ୍କୁ ନେଇ ଆଜି ସକାଳେ ଉତ୍ତରାଖଣ୍ଡର ରାମନଗର ଅଭିମୁଖେ ଯାଉଥିବା ଗୋଟାଏ କାର୍ ଢେଲ୍ବା ନଦୀରେ ପଡ଼ି ପ୍ରଖର ସ୍ରୋତରେ ଭାସିଯିବାରୁ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। କାର୍ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୫ଜଣଙ୍କ ଶବ ଉକ୍ତ କାର୍ ମଧ୍ୟରେ ଫସି ରହିଛି। ସେମାନଙ୍କ ଶବ ବାହାର କରିବା ଲାଗି ଉଦ୍ୟମ ଜାରି ରହିଛି। ସଂଗୃହୀତ ସୂଚନା ଅନୁସାରେ, କାର୍ରେ ୧୧ଜଣ ଯାତ୍ରୀ ଥିଲେ। ଖବର ପାଇବା ପରେ ଉତ୍ତରଖଣ୍ଡ ପୁଲିସ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ୨ଜଣ ମଧ୍ୟରେ ଅଛନ୍ତି ନାଜିଆ ନାମ୍ନୀ ଜଣେ ୨୨ ବର୍ଷୀୟ ଯୁବତୀ। ତାଙ୍କୁ ରାମନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜିଲ୍ଲା ପ୍ରଶାସନ କହିବା ଅନୁସାରେ, ରାମନଗର କୋଟଦ୍ବାର୍ ରାସ୍ତାରେ ଅବସ୍ଥିତ ‘କର୍ବେଟ୍ ଜାତୀୟ ଉଦ୍ୟାନ’ ଢେଲ୍ବା ଜୋନ୍ରେ ଦୁର୍ଘଟଣାଟି ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଆଜି ଭୋର୍ ୫ଟାରେ ଗୋଟାଏ ‘ଏର୍ଟିଗା’ କାର୍ କର୍ବେଟ୍ ଆଡ଼କୁ ଯାଉଥିଲା। ଦ୍ରୁତଗତିରେ ଯାଉଥିବା କାର୍ଟିକୁ ଅଟକାଇବାକୁ ସେମାନେ ଉଦ୍ୟମ କରି ବିଫଳ ହୋଇଥିଲେ।
उत्तराखंड के ढेलवा नदी में कार गिरने से 9 लोगों की मौत हो गई है। केवल एक लड़की जिंदा बची। #Uttarakhand #RamnagarAccident #BreakingNews #BREAKING pic.twitter.com/NxcVaSlh8R
— Rahul Parashar (@rahulpr041) July 8, 2022