କୋରାପୁଟ : କୋରାପୁଟ ଜିଲ୍ଲାର ବୋରିଗୁମା ନୂଆଗୁଡ଼ା ଗ୍ରାମର ଦୁଇ ଅନାଥ ଜଗନ୍ନାଥ ଓ ଅଜୟ ବର୍ତ୍ତମାନ ଅତି ଦୟନୀୟ ଅବସ୍ଥାରେ କାଳତି ପାତ କରୁଥିବାରୁ ଦୁଇ ଭାଇଙ୍କୁ ତୁରନ୍ତ ସରକାରୀ ସାହଯ୍ୟ ଯୋଗାଇ ଦେବାକୁ ନୂଆଗୁଡ଼ା ଗ୍ରାମବାସୀ ଦାବି କରିଛନ୍ତି। ସୂଚନା ଅନୁଯାୟୀ ଆଠ ବର୍ଷ ତଳେ ୨ମାସ ର ଛୁଆ କୁ ବାପା ପାଖରେ ଛାଡି ମା ଅନ୍ୟତ୍ର ବିବାହ କରିଥିଲେ। ୬ମାସ ତଳେ ବାପା ତୁଳରାମ ତଳିଆଙ୍କ ଅକାଳ ବିୟୋଗ ଘଟିଥିଲା । ପୁଅ ଦେହାନ୍ତ ପରେ ଜେଜେ ମା ମଙ୍ଗଳ ଦେଇ ତଳିଆ ସମ୍ପୂର୍ଣ୍ଣ ଭାଙ୍ଗି ପୋଡ଼ି ଯାଇଥିଲେ , କିପରି ଦୁଇ ଭାଇଙ୍କୁ ମଣିଷ କରିବି ବୋଲି ଚିନ୍ତାରେ ଜେଜେମା ରହି ମଧ୍ୟ ସବୁ ଦୁଃଖ କଷ୍ଟ ଭୁଲିଯାଇ ପରିବାର ଚଳାଇ ଆସୁଥିଲେ। ଗତ୧୦ଦିନ ତଳେ ଜେଜେ ମା ମଙ୍ଗଳଦେଇଙ୍କ ବିୟୋଗ ହୋଇଥିଲା। ଜଣେ ଦୂର ସମ୍ପର୍କୀୟ ପିଉସୀ ଜେଜେ ମା ଦେହାନ୍ତ ଖବରପାଇ ଶବ ସଂସ୍କାର ପାଇଁ ଆସି ଦୁଇ ଅନାଥ ଶିଶୁ ଙ୍କର ଦେଖାଶୁଣା କରୁଛନ୍ତି। ନିଜର ଜନ୍ମଦାତ୍ରୀ ଯେତେବେଳେ ପର କରି ଚାଲିଗଲା ,ସମ୍ପର୍କୀୟ ପିଉସୀ ବା କେତେ ଦିନ ଲାଳନ ପାଳନ ଦାଇତ୍ୱ ନେଇପାରିବେ। ଏହି ଦୁଇ ଅନାଥ ଭାଇ ଙ୍କୁ ମାତୃ ମମତା କିଏ ପ୍ରଦାନ କରିବ । ଜେଜେମା ଙ୍କ କର୍ମ ସାରି ପିଉସୀ ନିଜ ଘରକୁ ପେରିଯିବେ ।ତା ପରେ ଆରମ୍ଭ ହୋଇଯିବ ଦୁଇ ଭାଇଙ୍କ ଦୁର୍ଦ୍ଦଶା । ସରକାରୀ ଉଦ୍ୟମ ରେ ଜଗନ୍ନାଥ ଓ ଅଜୟ ଙ୍କୁ ରହିବା, ଖାଇବା,ପାଠ ପଢିବା ବ୍ୟବସ୍ଥା ଯୋଗାଇ ଦେଲେ ଦୁଇ ଅନାଥ ଶିଶୁଙ୍କ ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ ହୋଇ ପାରନ୍ତା ବୋଲି ଜିଲ୍ଲା ପ୍ରଶାସନ କୁ ଦୁଇ ଭାଇ ଙ୍କ ଥଇଥାନ ପାଇଁ ଦାବି କରିଛନ୍ତି ନୂଆଗୁଡ଼ା ଗ୍ରାମବାସୀ।