ଭୁବନେଶ୍ୱର : ରାଜ୍ୟରେ ସରକାରୀ ଅଫିସରଙ୍କ ଅହଂକାର ବଢିଯାଇଥିବା ନେଇ କହିଲେ ସୈାମ୍ୟ ରଂଜନ ପଟ୍ଟନାୟକ । ଖଣ୍ଡପଡା ବିଜେଡି ବିଧାୟକ ସୈାମ୍ୟରଂଜନ ପଟ୍ଟମାୟକଙ୍କ ମନ୍ତବ୍ୟ । ଅଫିସର ରାଜ ନେଇ କ୍ଷୋଭ ଜଣାଇଲେ ସୈାମ୍ୟ ପଟ୍ଟନାୟକ । ରାଜ୍ୟରେ ସରକାରୀ ଅଧିକାରୀ ମାନଙ୍କର ଅହଂକାର ବଢିଯାଇଛି । ଏହା ଉପରେ ଅଙ୍କୁଶ ନ ଲାଗିଲେ ଗଣତନ୍ତ୍ର ବିପଦରେ ପଡିବ । ରାଜ୍ୟରେ ମଦ୍ୟପାନହାରୀଙ୍କ ହାର ନେଇ ଉତ୍ତର ପ୍ରସଙ୍ଗରେ ମନ୍ତବ୍ୟ । ସେ କହିଛନ୍ତି, ସରକାରୀ ଅଧିକାରୀମାନେ ଭୁଲ ଏବଂ ଭିନ୍ନ ଭିନ୍ନ ତଥ୍ୟ ଦେଇ ବିଧାୟକମାନଙ୍କୁ ମିଛୁଆ ସଜେଇ ନ ଦିଅନ୍ତୁ । ମିଛୁଆ ହୋଇ ଆମେ ବିଧାନସଭାରେ ରହିବୁ କାହିଁକି।