29.1 C
Bhubaneswar
Saturday, October 5, 2024
Homeଓଡିଶାଭୁବନେଶ୍ୱରବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା, ସିବିଆଇ ତଦନ୍ତ ଦାବି କଲେ ବିରୋଧୀ

ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା, ସିବିଆଇ ତଦନ୍ତ ଦାବି କଲେ ବିରୋଧୀ

ଭୁବନେଶ୍ୱର : ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା । ରାଗିଂ ଯୋଗୁଁ ରୁଚିକାଙ୍କ ଆତ୍ମହତ୍ୟା ପାଇଁ ହୁଲୁସ୍ତୁଲ ବିଧାନସଭା । ଘଟଣାରେ ସିବିଆଇ ତଦନ୍ତ ଦାବି କଲେ ଉଭୟ ବିଜେପି ଓ କଂଗ୍ରେସ । ଘଟଣାକୁ ନେଇ ବିବୃତି ଦେବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି । ଆଜିର ଗୃହକାର୍ଯ୍ୟ ସରିବା ପୂର୍ବରୁ ଗୃହରାଷ୍ଟ ମନ୍ତ୍ରୀ ବିବୃତି ଦେବେ ।
ସେପଟେ ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ୩୬ ଘଣ୍ଟା ପରେ ବି ପୋଲିସର ହାତ ଖାଲି ରହିଛି । ଝିଅକୁ ନ୍ୟାୟ ଦାବିରେ ବିଜେବି କଲେଜ ଫାଟକ ଆଗରେ ରୁଚିକାଙ୍କ ବାପା ଓ ମାଆ ଧାରଣା ଦେଇଛନ୍ତି । ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ଦୋଷୀଙ୍କୁ ଚିହ୍ନଟ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଛାତ୍ର ସଂଗଠନ ମାନେ ମଧ୍ୟ ଦାବି କରିଛନ୍ତି । ତେବେ ସୁଇସାଇଡ ନୋଟରେ ଲେଖାଥିବା ସେହି ୩ ଜଣ ସିନିୟର ଛାତ୍ରୀ କିଏ ? ତାକୁ ନେଇ ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking