ପୁରୀ : ଜଗନ୍ନାଥ ମନ୍ଦିରରେ ପାଳନ କରାଯାଉଥିବା ପର୍ବ ମାନଙ୍କ ମଧ୍ୟରୁ ରଥଯାତ୍ରା ର ପ୍ରାଧାନ୍ୟ କିଛି ଅଲଗା ହିଁ ଥାଏ । ଆଜି ପର୍ଯ୍ୟନ୍ତ ଅନେକ ସ୍ଥାନରେ ଅନେକ ଜଗନ୍ନାଥ ମନ୍ଦିର ଗଢା ଯାଇଛି । ସେଥି ମଧ୍ୟରୁ ୬୦ ଟି ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଳନ କରାଯାଇଥାଏ । ରଥଯାତ୍ରାର ଅନ୍ୟ ନାମ ଗୁଡିକ ହେଲା ଗୁଣ୍ଡିଚା ଯାତ୍ରା, ନବଦିନାତ୍ମକ ଯାତ୍ରା, ପତିତପାବନ ଯାତ୍ରା, ଘୋଷ ଯାତ୍ରା, ଦକ୍ଷିଣାଭିମୁଖି ଯାତ୍ରା ଦଶାବତାର ଯାତ୍ରା । ଯେହେତୁ ବିଶ୍ୱାସ କରାଯାଏ ଭଗବାନ ଜଗନ୍ନାଥ ଭକ୍ତମାନଙ୍କର ମନବା’ା ପୁରଣ କରିଥାନ୍ତି । ସେଥିପାଇଁ ଏହାକୁ ଘୋଷ ଯାତ୍ରା ନାମରେ ଜଣା ଯାଏ । ଯେହେତୁ ଭଗବାନ ଜଗନ୍ନାଥ ବଡ ଦେଉଳ ଛାଡି ୯ ଦିନ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ରହିଥାନ୍ତି , ତେଣୁ ଏହାକୁ ନବଦିନାତ୍ମକ ଯାତ୍ରା ବୋଲି ମଧ୍ୟ କୁହାଯାିଥାଏ । ବିଶ୍ୱାସ କରାଯାଏ କି ରାଣୀ ଗୁଣ୍ଡିଚା ଦେବୀ ଭଗବାନ ଜଗନ୍ନାଥଙ୍କୁ ନିଜର ଜନ୍ମସ୍ଥାନ ଯାହାକି ଗୁଣ୍ଡିଚା ମନ୍ଦିରକୁ ବର୍ଷକୁ ଥରେ ଆସିବାକୁ ଅନୁରୋଧ କରିଥିଲେ । ତେଣୁ ମା ଗୁଣ୍ଡିଚାଙ୍କ ଅନୁରୋଧକୁ ସମ୍ମାନ ଜଣାଇ ବର୍ଷକୁ ଥରେ ଗୁଣ୍ଡିଚା ମନ୍ଦିରକୁ ବୁଲି ଆସିଥାନ୍ତି ମହାପ୍ରଭୁ । ସେଥିପାଇଁ ଏହାକୁ ଗୁଣ୍ଡିତା ଯାତ୍ରା ବୋଲି ମଧ୍ୟ କୁହାଯାଏ । ପତିତ ମାନେ ଦୁଃଖୀ ଏବଂ ପାବନ ମାନେ ହରଣ କରିବା । ରଥଯାତ୍ରା ସମୟରେ ସବୁ ଧର୍ମର ଲୋକଙ୍କୁ ଜଗନ୍ନାଥଙ୍କର ଦର୍ଶନର ସୁଯୋଗ ମିଳିଥାଏ । ଜଗନ୍ନାଥଙ୍କ ସହିତ ରଥରେ ତାଙ୍କର ଭାଇ ଓ ଭଉଣୀ ବିରାଜିତ ହୋଇଥାନ୍ତି । ନିୟମ ଅନୁସାରେ କେବଳ ହିନ୍ଦୁ ମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଥାଏ । ତେଣୁ ଭଗବାନ ନିଜେ ନିଜର ସବୁ ଧର୍ମର ଭକ୍ତଙ୍କୁ ଦର୍ଶନ ଦେବା ଲାଗି ବଡ ଦେଉଳରୁ ବାହାରି ବଡ ଦାଣ୍ଡକୁ ଆସିଥାନ୍ତି । ସେଥିପାଇଁ ଏହାକୁ ପତିତପାବନ ଯାତ୍ରା ବୋଲି ମଧ୍ୟ କୁହାଯାଏ । ସମସ୍ତ ରଥ ବଡ ଦେଉଳର ପ୍ରବେଶ ଠାରୁ ଆରମ୍ଭ କରି ଉତ୍ତର ଦିଗକୁ ଯାତ୍ରା ଆରମ୍ଭ କରିଥାନ୍ତି । ଏବଂ ଉତ୍ତର ଦିଗରୁ ଦକ୍ଷିଣ ଦେଇ ବଡ ଦେଉଳକୁ ଫେରିଥାନ୍ତି । ସେଥିପାଇଁ ଏହାକୁ ଦକ୍ଷିଣାଭିମୁଖି ଯାତ୍ରା ବୋଲି ମଧ୍ୟ କୁହାଯାଏ । ଯେହେତୁ ଭଗବାନ ଜଗନ୍ନାଥ ରଥଯାତ୍ରା ସମୟରେ ଆଡପମଣ୍ଡପରେ ରହିଥାନ୍ତି । ତେଣୁ ଏହି ପର୍ବକୁ ଆଡପ ଯାତ୍ରା ବୋଲି କୁହାଯାଏ । ଏକ ପ୍ରମୁଖ ବିଶ୍ୱାସ ଅନୁସାରେ ଭଗବାନ ଜଗନ୍ନାଥଙ୍କର ବିଷ୍ଣୁ ଅବତାର ବା ଦଶମ ଅବତାର ବୋଲି କୁହାଯାଏ । ସେଥିପାଇଁ ରଥଯାତ୍ରାକୁ ଦଶାବତାର ଯାତ୍ରା ବୋଲି ମଧ୍ୟ କୁହାଯାଏ । କିନ୍ତୁ ମୁଖ୍ୟତ ଲୋକ ମାନେ ଏହାକୁ ରଥଯାତ୍ରା ନାମରେ ଜାଣି ଥାନ୍ତି ।