ଜୟପୁର: ସାଙ୍ଗର ଜୀବନ ନେଲା ସାଙ୍ଗ । ଖେଳୁଥିବା ସମୟରେ ଜଣେ ୭ ବର୍ଷର ନାବାଳକ ନିଜ ସାଙ୍ଗ ଉପରେ ଡିଜେଲ ଢାଳି ଜୀବନ୍ତ ଜାଳି ଦେଇଛି । ରାଜସ୍ଥାନର କୋଟା ଜିଲ୍ଲା ଅନ୍ତର୍ଗତ ପ୍ରେମ ନଗର ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବୁଧବାର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ୭ ବର୍ଷୀୟ ବାଳକ ଅଭିଯୁକ୍ତ ତାର ୧୪ ବର୍ଷୀୟ ବାଳକ ସାଙ୍ଗ ସହ ଖେଳୁଥିଲା । ଖେଳିବା ସମୟରେ ବାଳକଟି ନିଜ ବାପାଙ୍କ ଅଟୋରୁ ଡିଲେଜ ଆଣି ତା ସାଙ୍ଗ ଉପରେ ଢାଳି ନିଆ ଲଗାଇଦେଲା ।
ବାଳକ ଜଣକଟି ନିଆରୁ ବର୍ତ୍ତିବା ପାଇଁ ପାଖରେ ଥିବା ଏକ ପାଣି କୁଣ୍ଡକୁ ଡେଇଁ ପଡ଼ିଥିଲେ । ତାଙ୍କ ଚିତ୍କାର ଶୁଣି ପାଖରେ ଥିବା ପରିବାର ଏ ପଡ଼ୋଶୀ ଧାଇଁ ଆସିଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଉକ୍ତ ବାଳକର ଶରୀରର ୫୦ ପ୍ରତିଶତ ଜଳିଯାଇଥିବାରୁ ସ୍ବାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ଥିଲା ।ଦୀର୍ଘ ଏକ ମାସ ଧରି ମୃତ୍ୟୁ ସହ ସଂଘର୍ଷ କରିବା ପରେ ବୁଧବାର ସେ ପ୍ରାଣ ହରାଇଛନ୍ତି । ଏହି ଘଟଣା ନେଇ ଅଭିଯୁକ୍ତ ବାଳକ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରିଛି ପୋଲିସ । ଉଭୟ ନାବାଳକ ଥିବାରୁ ଜୁଭେନାଇଲ କୋର୍ଟରେ ଏହି ମାମଲାର ଶୁଣାଣି ହେବ ।