20.1 C
Bhubaneswar
Friday, November 22, 2024
Homeଦେଶ ବିଦେଶମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଅନୁମତି ନ ମିଳିବାରୁ ଜୀବନ ହାରିଲେ ଛାତ୍ର

ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଅନୁମତି ନ ମିଳିବାରୁ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ : ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଅନୁମତି ନ ମିଳିବାରୁ ଜଣେ ସ୍କୁଲ୍ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା କର୍ଣ୍ଣାଟକରେ ଘଟିଛି । ମୃତ ଛାତ୍ରଙ୍କ ନାଁ ପୂର୍ବଜ । ବେଙ୍ଗାଲୁରୁ ହୋସାକୋଟେ ଅଞ୍ଚଳରେ ତାଙ୍କ ଘର ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଜୁନ ୧୧ରେ ମା’ଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇବା ପାଇଁ ସ୍କୁଲ ହଷ୍ଟେଲ କର୍ତ୍ତୁପକ୍ଷଙ୍କୁ ଫୋନ ମାଗିଥିଲେ ।

ହେଲେ ୱାର୍ଡେନ ତାଙ୍କୁ ଫୋନ୍ ଦେଇ ନଥିବା ସୂଚନା ମିଳିଛି । ପୁଲିସ କହିଛି ଯେ ପୂର୍ବରୁ ମଧ୍ୟ ଛାତ୍ର ଜଣଙ୍କ ପରିବାର ଲୋକଙ୍କ ସହ କଥା ହେବା ପାଇଁ ୱାର୍ଡେନ ପାଖରେ ବାରମ୍ୱାର ଅନୁରୋଧ କରିଥିଲେ ହେଲେ ତାଙ୍କୁ ଅନୁମତି ମିଳିନଥିଲା । ଫଳରେ ଛାତ୍ର ଜଣଙ୍କ ପୂରା ଚାପଗ୍ରସ୍ଥରେ ରହିଥିଲେ । ଏବଂ ସେ ସୁସାଇଟ ନୋଟ ଲେଖିବା ସହ ଗଳାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ମୃତ ଛାତ୍ରଙ୍କ ବୟସ ହେଉଛି ୧୪ ବର୍ଷ । ନିବାର ବିଳମ୍ବିତ ରାତିରେ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି । ଅନ୍ୟ ଛାତ୍ରମାନେ ମୃତଦେହ ଦେଖିବା ପରେ ହଷ୍ଟେଲ ମ୍ୟାନେଜମେଣ୍ଟକୁ ଜଣାଇଥିଲେ । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ଛାତ୍ରଙ୍କ ବାପାମା’ ହଷ୍ଟେଲରେ ପହଞ୍ଚିବା ସହ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking