ନୟାଗଡ଼ : ପରିବାର ଲୋକଙ୍କ ନଜଣାଇ କେଉଁଆଡ଼େ ପଳାଇଲେ । ପରେ ଗ୍ରାମର ଜନୈକ ବ୍ୟକ୍ତିଙ୍କ ସହ ରାଜସ୍ଥାନ ଯାଇଥିବା ପରିବାର ଲୋକେ ଜାଣିବା ସହ ଥାନାରେ ଅଭିଯୋଗ କରିଥିଲେ । ପରେ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକଙ୍କୁ କୁହାଯାଇଥିବା ବେଳେ ଦୀର୍ଘ ୨୫ ଦିନ ପରେ ନାଟକୀୟ ଢ଼ଙ୍ଗରେ ଘରକୁ ଫେରିବା ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ଦଶପଲ୍ଲା ଥାନା ଅନ୍ତର୍ଗତ ତୁମାଣ୍ଡି ଗ୍ରାମର ଶିବ ନାୟକଙ୍କ ପୁଅ ସୁମନ୍ତ ନାୟକ (୨୫)ସେହି ଗ୍ରାମର ରବି ବେହେରାଙ୍କ ସହ ପରିବାର ଲୋକଙ୍କୁ ନ ଜଣାଇ ରାଜସ୍ଥାନ କାମ କରିବା ପାଇଁ ପଳାଇ ଯାଇଥିଲା । ଏପଟେ ସୁମନ୍ତ ଘରକୁ ନ ଫେରିବାରୁ ଘର ଲୋକେ ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ ।
କିନ୍ତୁ ଗତ ମାସ ୧୭ ତାରିଖ ଦିନ ରବୀଙ୍କ ସ୍ତ୍ରୀ ସାରଦା ସୁମନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଶିବ ନାୟକଙ୍କ ଘରେ କହିଥିଲେ । ଏକଥା ଶୁଣି ଶିବଙ୍କ ପରିବାରରେ କାନ୍ଦ ବୋବାଳି ପଡ଼ିଥିଲା । ଏକଥା ଥାନାରେ ଜଣାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରି ରବି ଉପରେ ଚାପ ପକାଇବା ସହ ଯଥାଶୀଘ୍ର ସୁମନ୍ତକୁ ତାର ନିଜ ଘରେ ପହଞ୍ଚାଇବା ପାଇଁ ତାଗିଦ୍ କରିଥିଲେ । ଶନିବାର ଦିନ ସୁମନ୍ତ ଘରେ ପହଞ୍ôଚଥିଲା । ପରିବାର ଲୋକେ ଥାନାରେ ଜଣାଇବା ପରେ ପୁଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।