17.1 C
Bhubaneswar
Monday, November 25, 2024
Homeଓଡିଶାବିଶ୍ୱାସର ପ୍ରତୀକ ‘ମାଇପି ମେଳା’, ଗୁହାରିଆ ପଡ଼ିଲେ ମନସ୍କାମନା ହୁଏ ପୂର୍ଣ୍ଣ

ବିଶ୍ୱାସର ପ୍ରତୀକ ‘ମାଇପି ମେଳା’, ଗୁହାରିଆ ପଡ଼ିଲେ ମନସ୍କାମନା ହୁଏ ପୂର୍ଣ୍ଣ

ବାଲିପାଟଣା: ବାଲିପାଟଣା ବ୍ଲକର ନରିଶୋ ଗ୍ରାମ ପଞ୍ଚାୟତର ତାଳଦଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ପ୍ରସିଦ୍ଧ ‘ମାଇପି ମେଳା’ । ଏହା ଏମିତି ଏକ ପରମ୍ପରା ଯେଉଁଠି ଦେଖିବାକୁ ମିଳେ ପ୍ରଗାଢ ବିଶ୍ୱାସ ଓ ଭକ୍ତିଭାବ । ଏହି ମେଳାରେ ଶତାଧିକ ମହିଳା ସକାଳୁ ସକାଳୁ ଏହି ପୀଠକୁ ଆସି ଅଧିଆ ପଡିଥିଲେ । ଏଠାରେ ମନ୍ଦିର କି କୌଣସି ପ୍ରତିମୂର୍ତ୍ତି ନଥିବା ଜଣାଯାଏ । କେବଳ ବିଶ୍ୱାସର ସହିତ ‘ବନବିହାରୀ’ଙ୍କ ପୂଜାର୍ଚ୍ଚନା କରି ମହିଳାମାନେ ଗୁଆ ନଡ଼ିଆ ରଖି ମାନସିକରେ ଗୁହାରିଆ ପଡନ୍ତି । ତେଣୁ ମହିଳାମାନେ ବୁଧବାର ସକାଳୁ ସକାଳୁ ସେମାନଙ୍କ ପୂଜ୍ୟ ବନବିହାରୀଙ୍କ ଆରାଧନା କରି ଗୁଆ ନଡିଆ ଥୋଇ ଅଧିଆ ପଡିଥିଲେ ।

ଦିନ ଗୋଟାଏ ବେଳେ ପୂଜକ ଆସି ଅଧିଆ ପଡିଥିବା ମହିଳା ଭକ୍ତମାନଙ୍କ ମୁଣ୍ଡ ଉପରୁ ନଡିଆ ନେଇ ବନବିହାରୀଙ୍କ ନିକଟରେ ବାଡାଇ ଭୋଗ ଲଗାଇଥିଲେ । ତା ପରେ ମହିଳାମାନେ ମାନସିକ ଭାଂଗି ଖଇ, କୋରା, ପତାକା ଆଦି ଭୋଗ ଲଗାଇଥିଲେ ଓ ଗୁହାରିଆ ଭଙ୍ଗ କରିଥିଲେ । ଏହି ମେଳା ବୁଢି ମେଳା ନାମରେ ମଧ୍ୟ ସମଗ୍ର ବାଲିପାଟଣା ଅଞ୍ଚଳରେ ବେଶ୍‌ ଜଣାଶୁଣା । ଏହି କାର୍ଯ୍ୟକ୍ରମରେ ୨୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଶାନ୍ତି ଶୃଂଖଳା ରକ୍ଷା ପାଇଁ ନିମାପଡ଼ା ଓ ବାଲିପାଟଣା ଥାନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ସୀତାକାନ୍ତ ରାଉତ, ସାଧୁ ଚରଣ ଷଡଙ୍ଗୀ, ଲକ୍ଷ୍ମୀଧର ସିଂ, ଆକାଶ ପ୍ରଧାନ, ନରେନ୍ଦ୍ର ଷଡଙ୍ଗୀ, ଅନ୍ତର୍ଯ୍ୟାମୀ ପଣ୍ଡା ଓ ପବିତ୍ର ମୋହନ ପଟେଲ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking