ଜମ୍ମୁ-କଶ୍ମୀର : ବିଜେପିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କ ବିରୋଧରେ ଅଶୋଭନୀୟ ଭିଡିଓ କରି ୟୁଟ୍ୟୁବର ଫୈଜଲ ୱାନି ଗିରଫ ହୋଇଛନ୍ତି। ନିଜ ଭିଡିକୁ ନେଇ ଫୈଜଲ କ୍ଷମା ମାଗିଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇଛି। ଜମ୍ମୁ-କଶ୍ମୀର ପୋଲିସ ଗିରଫ କରିଛି। ୟୁଟ୍ୟୁବରେ ସେ ଏକ ସ୍ୱାସ୍ଥ୍ୟ ଭିତ୍ତିକ ଚାନେଲ ପରିଚଳାନା କରୁଛନ୍ତି। ଯେଉଁ ଚ୍ୟାନେଲର ନାମ ‘ଦୀପ ପେନ୍ ଫିଟନେସ୍’। ଗତ ସପ୍ତାହରେ ସେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ନିଜେ ଖୋଲା ଦେହରେ ଥାଇ ଏକ ଭିଡିଓ କରିଥିଲେ। ଯେଉଁଥିରେ ସେ ଏକ ଖଣ୍ଡା ଧରି ନୂପୁର ଶର୍ମାଙ୍କ ବେକ କାଟୁଥିବା ଫଟୋ ରହିଛି। ପ୍ରଫେଟ ମହମ୍ମଦଙ୍କ ବିରୋଧରେ ନୂପୁର ଶର୍ମା ଦେଇଥିବା ବିବାଦୀୟ ବୟାନରେ ପ୍ରତିବାଦ ସୂରୂପ ଫୈଜ ଲ ଏଭଳି ଭିଡିଓ କରିଥିଲେ। ତେବେ ଏହି ଭିଡିଓଟି ଏବେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରୁ ଡିଲିଟ୍ ହୋଇଯାଇଛି। ୱାନି ଭିଏଫଏକ୍ସ ଜରିଆରେ ନୂପୁର ଶର୍ମାଙ୍କୁ ମୁଣ୍ଡ କାଟିବା ଭଳି ଗୋଟିଏ ଭିଡିଓ ନିଜ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରିଥିଲେ। ଏହା ଭାଇରାଲ ହେବା ପରେ ବେଶ ବିବାଦ ଦେଖାଯାଇଥିଲା।
ବିବାଦକୁ ଦୃଷ୍ଟିରେ ରଖି ସେ ପୁଣି ଗୋଟିଏ ଭିଡିଓ ଜାରି କରି ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ଏଥିସହ ଇସଲାମରେ କୌଣସି ଧର୍ମକୁ ଅପମାନିତ ନ କରିବାକୁ ଶିଖାଯାଇଥାଏ ବୋଲି ସେ କହିଛନ୍ତି। ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ଉପରେ ଅଭଦ୍ର ଟିପ୍ପଣୀ କରିଥିବାରୁ ଏହାକୁ ନେଇ ସମଗ୍ର ଦେଶରେ ବିକ୍ଷୋଭ ଚାଲିଛି। ନୂପୁରଙ୍କ ଗିରଫ ଦାବି କରି ବିଭିନ୍ନ ମହଲରେ ତାଙ୍କୁ ସମାଲୋଚନା କରାଯାଉଛି। ଏପରି ଏକ ସ୍ଥିତିରେ ଫୈଜଲ ହାତରେ ଖଣ୍ଡା ଓ ଖାଲି ଦେହରେ ଗୋଟିଏ ଭିଡିଓ ପ୍ରସ୍ତୁତ କରିଥିଲେ। ଏଥିରେ ସେ ନୂପୁର ଶାର୍ମଙ୍କ ମୁଣ୍ଡ କାଟ କରୁଥିବା ଦୃଶ୍ୟ ରହିଥିଲା। ନୂପୁର ଶାର୍ମଙ୍କୁ ବିଜେପିରୁ ନିଲମ୍ବିତ ମଧ୍ୟ ହୋଇଛନ୍ତି । ବିଜେପିରୁ ନିଲମ୍ବିତ ହେବା ପରେ ଦଳୀୟ ମୁଖପାତ୍ର ନୂପୁର ଶର୍ମା ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ସୂଚନାଯୋଗ୍ୟ ଯେ, ନୂପୁର ଶର୍ମାଙ୍କ ଇସଲାମ ବିରୋଧୀ ମନ୍ତବ୍ୟ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ହେଇଯାଇଛି । ସେହିପରି ଦଳ ଦିଲ୍ଲୀ ବିଜେପିର ମିଡିଆ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ବହିସ୍କାର କରାଯାଇଛି।ନବୀନ କୁମାରଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ହଟାଇ ଦିଆଯାଇଛି।ଏହିପରିକି କାତାରର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡକାଇ ଏହି ପ୍ରସଙ୍ଗରେ ଅସନ୍ତୋଷ ପ୍ରକଟ କରାଯାଇଛି ।ବିଜେପି ସଦସ୍ୟଙ୍କ ଇସଲାମ ବିରୋଧୀ ମନ୍ତବ୍ୟକୁ କାତାର ନିନ୍ଦା କରୁଛି । ଏପରି ବ୍ୟକ୍ତିଙ୍କୁ ଦଣ୍ଡ ନ ଦେଲେ ତାହା ସମାଜରେ ହିଂସାକୁ ପ୍ରେତ୍ସାହିତ କରିବ । ମାନବ ଅଧିକାରର ସୁରକ୍ଷା ଦିଗରେ ବି ଏହା ବିପଦ ସୃଷ୍ଟି କରିବ । ସେହିପରି କୁଏତ ପକ୍ଷରୁ ମଧ୍ୟ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡକାଇ ପ୍ରତିବାଦ କରାଯାଇଛି ।ସୂଚନାଯୋଗ୍ୟ ଯେ, ନୂପୁର ଶର୍ମାଙ୍କ ଇସଲାମ ବିରୋଧୀ ମନ୍ତବ୍ୟ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ହେଇଯାଇଛି ।
ସେହିପରି ଦଳ ଦିଲ୍ଲୀ ବିଜେପିର ମିଡିଆ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ବହିସ୍କାର କରାଯାଇଛି।ନବୀନ କୁମାରଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ହଟାଇ ଦିଆଯାଇଛି। ଏହିପରିକି କାତାରର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡକାଇ ଏହି ପ୍ରସଙ୍ଗରେ ଅସନ୍ତୋଷ ପ୍ରକଟ କରାଯାଇଛି ।ବିଜେପି ସଦସ୍ୟଙ୍କ ଇସଲାମ ବିରୋଧୀ ମନ୍ତବ୍ୟକୁ କାତାର ନିନ୍ଦା କରୁଛି । ଏପରି ବ୍ୟକ୍ତିଙ୍କୁ ଦଣ୍ଡ ନ ଦେଲେ ତାହା ସମାଜରେ ହିଂସାକୁ ପ୍ରେତ୍ସାହିତ କରିବ । ମାନବ ଅଧିକାରର ସୁରକ୍ଷା ଦିଗରେ ବି ଏହା ବିପଦ ସୃଷ୍ଟି କରିବ । ସେହିପରି କୁଏତ ପକ୍ଷରୁ ମଧ୍ୟ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡକାଇ ପ୍ରତିବାଦ କରାଯାଇଛି ।