ଲକ୍ଷ୍ନୌ : ଉତ୍ତରପ୍ରଦେଶ ସ୍ଥିତ ଔରିଆ ଜିଲ୍ଲାରେ ବେଲା-ବିଧୁନା ମାର୍ଗରେ ଆଜି କାର ଓ ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୫ ଜଣ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ଜନହିତକାରୀ ଚିକିତ୍ସାଳୟର ସାମ୍ନାରେ ଘଟିଛି । ସୂଚନା ଅନୁଯାୟୀ, ବିଧୁନାରୁ କାନପୁର ଯାଉଥିବା ରୋଡବେଜ୍ ବସଟି କାରକୁ ଧକ୍କା ଦେଇଥିଲା ।
ଏଥିରେ ୪ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସୂଚନାନୁଯାୟୀ, ଇଟାବା ଜିଲାର ଅଗ୍ରପୁର ଲଖନା ନିବାସୀ ଗୋଟିଏ ପରିବାରର ଦଶ ଜଣ କନୌଜରୁ ଗଙ୍ଗା ସ୍ନାନ କରି ଫେରୁଥିଲେ । ଆଜି ୬ଟା ସମୟରେ ବେଲା-ବିଧୁନା ମାର୍ଗରେ ଜନହିତକାରୀ ଚିକିତ୍ସାଳୟର ଫାଟକ ନିକଟରେ ବିପରୀତ ଦିଗରୁ ଆସୁଥିବା ବସ୍ଟି କାରକୁ ଧକ୍କା ଦେଇଥିଲା ।