କଟକ: କରୋନା ସଂକ୍ରମଣ ହାର କମିଥିଲେ ଏହା ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇନି । ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶିକ୍ଷାନୁଷ୍ଠାନର ସିଏମସି ୫୯ ନମ୍ବର ୱାର୍ଡରେ ଥିବା ଛାତ୍ରାବାସରୁ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।
କିଛି ପିଲାଙ୍କୁ ଜ୍ୱର ଓ ଥଣ୍ଡା ହେବାରୁ ୫୬ ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ ହୋଇଥିଲା । ୫୬ଟି ସମ୍ପଲ ଟେଷ୍ଟରୁ ୧୩ ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜି ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଙ୍କ ଆରଟିପିସିଆର ଟେଷ୍ଟ ହେବ । ଏନେଇ କଟକ ଜିଲ୍ଲା କୋଭିଡ ନୋଡାଲ ଅଫିସର ଡା.ଉମେଶ ରାୟ ସୂଚନା ଦେଇଛନ୍ତି ।