18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଏମଏସପି ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି

ଏମଏସପି ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି

ନୂଆଦିଲ୍ଲୀ : ଖରିଫ ରୁତୁ ପାଇଁ ୧୭ ଟି ଫସଲର ଏମଏସପି ବଢାଇଲେ କେନ୍ଦ୍ର ସରକାର । ଏମଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି । କ୍ୟାବିନେଟ ନିଷ୍ପତ୍ତି ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସୂଚନା । ଖରିଫ ରୁତୁ ପାଇଁ ୧୭ ଟି ଫସଲର ଏମଏସପି ବଢାଇଲେ କେନ୍ଦ୍ର ସରକାର । ଧାନ କ୍ୱଇଣ୍ଟାଲ ପିଛା ୧୦୦ ଟଙ୍କା ବଢାଇବାକୁ ନିଷ୍ପତ୍ତି ।
ଚାଷୀଙ୍କୁ ଆଶ୍ବସ୍ତି ଦେବା ପାଇଁ ପୁଣି ଏକ ବଡ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର । ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଖରିଫ୍ ଫସଲ ଏମଏସପି (ନ୍ୟୁନତମ ସହାୟକ ମୂଲ୍ୟ)କୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍ । ୨୦୨୨-୨୩ ସିଜିନ ପାଇଁ ଖରିଫ୍ ଫସଲର ଏମଏସପି କୁ ମଞ୍ଜୁରୀ ଦିଆଯାଇଛି । ବର୍ତ୍ତମାନ ୨୦୨୧-୨୨ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୧୯୪୦ ଟଙ୍କା ରହିଛି ।କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍ତି, ଖରିଫ୍ ସମେତ ରବି ଋତୁ ପାଇଁ ମଧ୍ୟ ସାରର ଆବଶ୍ୟକତା ପୂରଣ କରିବା ପାଇଁ ପର‌୍ୟ୍ୟାପ୍ତ ପରିମାଣର ୟୁରିୟା ମହଜୁଦ ରହିଛି । ଆସନ୍ତ ଡିସେମ୍ବର ମାସ ପର‌୍ୟ୍ୟନ୍ତ ୟୁରିୟା ଆମଦାନୀ କରିବାକୁ ଆବଶ୍ୟକତା ପଡିବ ନାହିଁ । ଅନ୍ତରାଷ୍ଟ୍ରୀୟ ବଜାରରେ ବିଭିନ୍ନ ସାରର ଦାମ ହ୍ରାସ ପାଇଛି । ଏହା ସହିତ ଆଗାମୀ ୬ ମାସରେ ସାର ମୂଲ୍ୟ ଆହୁରି ହ୍ରାସ ପାଇବ ବୋଲି ଆଶାବାଦୀ ଅଛନ୍ତି ମାଣ୍ଡବୀୟ ।
ଡି-ଆମୋନିୟମ୍ ଫସଫେଟ୍ (ଡିଏପି)କୁ ନେଇ ମାଣ୍ଡବୀୟ କହିଛନ୍ତି, ଘରୋଇ ଉତ୍ପାଦନ ସହିତ ଦୀର୍ଘକାଳୀନ ଆମଦାନୀ ବ୍ୟବସ୍ଥା ଆସନ୍ତା ଡିସେମ୍ବର ମାସ ଯାଏଁ ଚାଷୀଙ୍କ ଆବଶ୍ୟକତା ପୂରଣ କରିପାରିବ । ଚାଷୀଙ୍କ ସୁବିଧା ପାଇଁ ଉଚିତ ଦରରେ ସାର ଉପଲବ୍ଧ କରିବା ଏବଂ ସବସିଡି ବୃଦ୍ଧି କରିଯାଇଛି । ରସାୟନ ବିଭାଗର ଜଣେ ଅଧିକାରୀଙ୍କ କହିବା କଥା ଯେ, ରାଜ୍ୟ ସରକାରଙ୍କ ନିକଟରେ ବର୍ତ୍ତମାନ ୭୦ ଲକ୍ଷ ଟନ୍ ୟୁରିୟା ମହଜୁଦ ରହିଛି । ଆହୁରି ୧୬ ଲକ୍ଷ ଟନ୍ ୟୁରିୟା ଆମଦାନୀ କରାଯାଉଛି । ଆସନ୍ତା ଡିସେମ୍ବର ପର‌୍ୟ୍ୟନ୍ତ ୧୭୫ ଲକ୍ଷ ଟନ୍ ୟୁରିୟା ଉତ୍ପାଦନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking