ନୂଆଦିଲ୍ଲୀ : ଚୀନ୍ ର ପିପୁଲସ୍ ଲିବରେସନ୍ ଆର୍ମି ନିକଟରେ ଏକ ଆଣ୍ଟି ଟ୍ୟାଙ୍କ-ଟ୍ରେନିଂ ୟୁନିଟ୍ ତିଆରି କରିଛି। ସେ ଏହି ୟୁନିଟ୍ ସହିତ ବର୍ତ୍ତମାନ ସମୁଦ୍ର ତଳୁ ୪୫୦୦ ମିଟର ଉଚ୍ଚତାରେ ଟ୍ରେନିଂ ଓ ମିଲିଟାରୀ ଟ୍ରେନିଂ ନେଉଛନ୍ତି। ଅଭ୍ୟାସ ପିଏଲଏ ପଶ୍ଚିମ କମାଣ୍ଡ ଅର୍ଥାତ ଶିନାଜିୟାଙ୍ଗ ମିଲିଟାରୀ ରିଜନରେ କରାଯାଉଛି। ଏହି ଅଞ୍ଚଳ ଲଦାଖ ପାଖରେ ଥିବା ଏଲଏସିର ସେପଟେ ପଡିଥାଏ। ଅର୍ବାନ ଓ୍ବାରଫେୟାରକୁ କଭର କରିଥିବା ସାମ୍ବାଦିକ ଜିସନ୍ ରୋମନ୍ ଟ୍ବିଟ୍ କରି ଚୀନ୍ର ଏହି ମିଲିଟାରୀ ଅଭ୍ୟାସର ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ୨ଏକ୍ସ କମାଣ୍ଡ ଭେଇକିଲ, ୮ ଏଚଜେ -୧୦ କ୍ଷମତାରେ ଥିବା ହ୍ବିଲଡ୍ ଆଣ୍ଟି ଟ୍ୟାଙ୍କ ମିସାଇଲ ସିଷ୍ଟମ, ୪ ଟ୍ରାନ୍ସପୋର୍ଟ ଲୋଡିଂ ଭେଇକିଲ ଓ ୪ ଲୋଡର୍ସ ଦେଖିବାକୁ ମିଳୁଛି। ଜିସନ୍ ରୋମନ୍ ନିଜର ଟ୍ବିଟ୍ରେ ଲେଖିଛନ୍ତି, ଯେଉଁ ସେନା ବାହାନ ଏହି ମିଲାଟାରୀ ଅଭ୍ୟାସ ବେଳେ ଦେଖିବାକୁ ମିଳିଛି ତାହା ନରିକୋ ଏଚଜେ-୧୦/ରେଡ୍ ଏରୋ-୧୦ ଆଣ୍ଟି ଟ୍ୟାଙ୍କ ମିଶାଇଲରେ ରହିଛି। ରେଡ୍ ଏରୋ -୧୦ ଆଣ୍ଟି ଟ୍ୟାଙ୍କ ମିସାଇଲର ବର୍ଡର ପାଖରେ ହେବାର ଅର୍ଥ କ’ଣ? ଏହାର ଶକ୍ତି କେତେ। ଏଚଜେ -୧୦ ଅର୍ଥାତ ରେଡ୍ ଏରୋ-୧୦ ଆଣ୍ଟି ଟ୍ୟାଙ୍କ ମିସାଇଲକୁ ଚୀନ୍ ତିଆରି କରିଛି। ଏହି ମିସାଇଲ ଦେଖାଯାଉନଥିବା ଟ୍ୟାଙ୍କ ଉପରେ ମଧ୍ୟ ମାଡ କରାଯାଇ ପାରେ। ଆଣ୍ଟି-ହେଲିକପ୍ଟର ମଧ୍ୟ ଉପଯୋଗ କରିହେବ। ଆକାଶ ମାର୍ଗରୁ ଭୂପୃଷ୍ଣକୁ କିମ୍ବା ଭୂପୃଷ୍ଠରୁ ଆକାଶ ମାର୍ଗକୁ ଟାର୍ଗେଟ କରିପାରେ। ଅର୍ଥାତ ଏହା କେବଳ ଟ୍ୟାଙ୍କ ଉଡାଇବା ପାଇଁ ନୁହେଁ, ଏହାର ଉପଯୋଗ ଯେ କୌଣସି ଭାବରେ କରିହେବ। ଏହା କେବଳ ଟ୍ୟାଙ୍କ ଉଡାଇବା ପାଇଁ ନୁହେଁ, ଏହାର ଉପଯୋଗ ଯେ କୌଣସି ଭାବରେ କରିହେବ।