19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଯୌତୁକ ନିର୍ଯ୍ୟାତନାର କରୁଣ ପରିଣତି: ୩ ଭଉଣୀଙ୍କ ସମୂହ ଆତ୍ମହତ୍ୟା

ଯୌତୁକ ନିର୍ଯ୍ୟାତନାର କରୁଣ ପରିଣତି: ୩ ଭଉଣୀଙ୍କ ସମୂହ ଆତ୍ମହତ୍ୟା

ଜୟପୁର: ସ୍ୱାମୀଙ୍କ ସମେତ ଶ୍ୱଶୁରଘର ଲୋକଙ୍କ ଯୌତୁକ ଜନିତ ନିର୍ଯାତନା ଅସହ୍ୟ ହୋଇପଡିବା ଫଳରେ ଗୋଟିଏ ପରିବାରରେ ବିବାହ କରିଥିବା ୩ ଜଣ ଭଉଣୀ ଏକାଠି ଆତ୍ମହତ୍ୟା କରିଛନ୍ତିି । ଘଟଣାଟି ରାଜସ୍ଥାନର ଜୟପୁର ସହର ଉପକଣ୍ଠରେ ଘଟିଛି । କାଲୁ, କମଲେଶ ଓ ମମତା ନାମ୍ନୀ ଏହି ତିନି ଭଉଣି ଗୋଟିଏ ପରିବାରର ୩ ଭାଇଙ୍କୁ ବିବାହ କରିଥିଲେ । କାଲୁଙ୍କର ୪ ବର୍ଷର ପୁତ୍ର ସନ୍ତାନ ଥିବାବେଳେ କମଲେଶ ଓ ମମତା ଗର୍ଭବତୀ ଥିଲେ । ତେବେ ନିଜ ନିଜର ସ୍ୱାମୀ ଓ ଶ୍ୱଶୁରଘର ଲୋକେ ଅଧିକ ଯୌତୁକ ଦାବି କରି ଏମାନଙ୍କୁ ନିୟମିତ ନିର୍ଯାତନା ଦେଇଆସୁଥିଲେ । ଏମାନଙ୍କ ପିତା ଅଧିକ ଯୌତୁକ ଦେବାକୁ ଅକ୍ଷମ ହୋଇଥିବାରୁ ଶେଷରେ ୩ ଭଉଣି ଆତ୍ମହତ୍ୟା କରିଥିବା ଜଣାପଡିଛି । ସୁଇସାଇଡ୍ ନୋଟରେ ସେମାନେ ଲେଖିଛନ୍ତି ଯେ ‘ଆମେ ମରିବାକୁ ଚାହୁଁନାହୁଁ । ତେବେ ଯୌତୁକ ନିର୍ଯାତନା ଅସହ୍ୟ ହୋଇପଡୁଥିବାରୁ ଆତ୍ମହତ୍ୟା ହିଁ ଶ୍ରେଷ୍ଠ ବିକଳ୍ପ ଏବଂ ଏଥିପାଇଁ ଶ୍ୱଶୁରଘର ଲୋକେ ସମ୍ପୂର୍ଣ୍ଣ ଦାୟୀ’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking