ନୂଆଦିଲ୍ଲୀ – କେହି ବି ବୟସ୍କ ବା ବୁଢ଼ା ହେବାକୁ ଚାହାନ୍ତି ନାହିଁ । ମଣିଷ ହେବାରେ ଏହା ସବୁଠୁ ବୋଧେ ନିରାଶ ଜନକ ହୋଇଥାଏ । ବୟସ ବଢ଼ିବା ସହ ଶାରୀରିକ ପରିବର୍ତ୍ତନ ଘଟିଥାଏ। ହାଡ଼ ଦୁର୍ବଳ ହୋଇଯାଏ । ତ୍ୱଚାରୁ ଚମକ ଚାଲିଯାଇ କୁଞ୍ଚ କୁଞ୍ଚ ହୋଇଯାଏ । ଆଖିରୁ ଦୃଷ୍ଟି ଶକ୍ତି କ୍ଷୀଣ ହୋଇଯା ଏବଂ ସମୟ ସହ ସ୍ମରଣ ଶକ୍ତି ମଧ୍ୟ ହ୍ରାସ ପାଇଥାଏ । ଏସବୁ ଭିତରେ ବୈଜ୍ଞାନିକମାନେ ଏବେ ବୁଢ଼ା ହେବାରୁ ରକ୍ଷା ପାଇବାର ଉପାୟ ଖୋଜି ପାଇପାରିଛନ୍ତି।
ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ , ସାଣ୍ଡିଆଗୋ ( ଯୁସିଏସଡି )ର ବୈଜ୍ଞାନିକମାନେ ଇଷ୍ଟ ଉପରେ ଏଜିଙ୍ଗର ପ୍ରଭାବକୁ ଜାଣିବା ପାଇଁ ଏକ ଅଧ୍ୟୟନ କରିଥିଲେ। ଇଷ୍ଟର କୋଷିକାଗୁଡ଼ିକରେ ସହଜରେ ପରିବର୍ତ୍ତନ ଅଣାଯାଇପାରିବ। ଏହି ଉପାୟରେ ଏହା ସ୍ପଷ୍ଟ କରିବା ଥିଲା କି ଅଲଗା ଅଲଗା କୋଷିକା ଅଲଗା ଅଲଗା ହାରରେ ବୁଢ଼ା ବା ବୟସ୍କ ହୋଇଥାନ୍ତି ଏବଂ ଏ ସବୁର କଣ ଗୋଟିଏ ଲକ୍ଷ୍ୟ ହୋଇଥାଏ ?
ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି କି ଏହା ସତ ନୁହେଁ। ଏକା ଭଳି ବାତାବରଣରେ ଥିବା ପାଖାପାଖି ସମାନ ଜେନେଟିକ୍ ମେଟିରିଆଲର କୋଷିକା ଗୁଡ଼ିକ ଅଲଗା ଅଲଗା ଉପାୟରେ ବୟସ୍କ ହୋଇଥାଏ ।
ପରୀକ୍ଷା କରାଯାଇଥିବା ସବୁ ଇଷ୍ଟ କୋଷିକାରୁ ଅଧା ବୟସ୍କ ହୋଇଥିଲେ , କାରଣ ତାଙ୍କର ନ୍ୟୁକ୍ଲିୟସର ଚାରିଆଡ଼ୁ ଘେରା ହୋଇଥିବା ନ୍ୟୁକ୍ଲିୟସ ନଷ୍ଟ ହେବାରେ ଲାଗି ଥିଲା। କମ୍ୟୁଟର ମଡେଲିଂ ଓ ଅନ୍ୟ ଜଟିଳ ଟେକନିକ୍ର ବ୍ୟବହାର କରି ବୈଜ୍ଞାନିକ ଏହି ଅସାଧାରଣ ଫଳାଫଳରେ ପହଞ୍ଚିଛନ୍ତି।
ସେପଟେ ଅଧା କୋଷିକା ଗୁଡ଼ିକ ଏଥିପାଇଁ ବୟସ୍କ ହୋଇଛନ୍ତି , କାରଣ ମାଇଟୋକଣ୍ଡ୍ରିଆ ସାଧାରଣ ରୂପରେ କାମ କରିବା ବନ୍ଦ କରିଦେଇଥିଲା। କୋଷିକାର ଏହି ଅଙ୍ଗ ଉର୍ଜା ଉତ୍ପନ୍ନ କରିବା ପାଇଁ ଜଣାଯାଏ। ବୈଜ୍ଞାନିକମାନେ ଏହା ପାଇଛନ୍ତି କି କୋଷିକାଗୁଡ଼ିକ ୨ଟି ଉପାୟରେ ମରୁଛନ୍ତି – ନ୍ୟୁକ୍ଲିୟସ ବା ମାଇଟୋକଣ୍ଡ୍ରିୟଲ।
ଏକ ବଡ଼ ସଫଳତା –
ବୈଜ୍ଞାନିକମାନେ ଏଜିଂ ଲ୍ୟାଣ୍ଡସ୍କେପ୍କୁ ସ୍ଥାପିତ କରି ବୟସ୍କ ହେବାର ପ୍ରକ୍ରିୟାରେ ଏପଟ ସେପଟ କରି ଏହି ପୁରା ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଛନ୍ତି। ଏହି ସଫଳତା କୋଷିକା ଗୁଡ଼ିକର ଡିଏନଏରେ ପରିବର୍ତ୍ତନ କରି ମିଳିଛି ।
ଅଧ୍ୟୟନ ମୁତାବିକ୍ , ବୈଜ୍ଞାନିକ ଏକ ସ୍ୱତନ୍ତ୍ର ଏଜିଂ ରୁଟ୍ କରିବାରେ ସମର୍ଥ ଥିଲେ , ଯିଏ କୋଷିକାଗୁଡ଼ିକର ଜୀବନ ଲମ୍ୱା କରିଦେଇଛି । ଏହି ପରିବର୍ତ୍ତନକୁ ବୁଝି ବୟସ୍କ ହେବାର ପ୍ରକ୍ରିୟାରେ ବିଳମ୍ୱ କରାଯାଇପାରିବ । ଏହା ମେଡିକଲ କ୍ଷେତ୍ରରେ ଏକ ବଡ଼ ସଫଳତା ଅଟେ।
ବର୍ତ୍ତମାନ ଏହି ପରୀକ୍ଷଣ ଇଷ୍ଟର କୋଷିକାଗୁଡ଼ିକ ଉପରେ କରାଯାଇଛି। ମଣିଷମାନଙ୍କ ଉପରେ ଏହାର ପରୀକ୍ଷଣ କରିବା ପୂର୍ବରୁ ବୈଜ୍ଞାନିକ ଅଧିକ ଜଟିଳ କୋଷିକା ଗୁଡ଼ିକ ଉପରେ ଏହି ପରୀକ୍ଷଣ କରିବାକୁ ଚାହିଁଛନ୍ତି । ଏହା ପରେ କିଛି ଜୀବ ଉପରେ ପରୀକ୍ଷା କରାଯିବ।