17.1 C
Bhubaneswar
Monday, November 25, 2024
Homeଓଡିଶାଯାଜପୁର ରୋଡରେ ଓଭର ବ୍ରିଜ ନିର୍ମାଣ, ୮୧କୋଟି ଟଙ୍କା ମଂଜୁରୀ

ଯାଜପୁର ରୋଡରେ ଓଭର ବ୍ରିଜ ନିର୍ମାଣ, ୮୧କୋଟି ଟଙ୍କା ମଂଜୁରୀ

ଯାଜପୁର : ଯାଜପୁର ଜିଲ୍ଲାର ର ମୁଖ୍ୟ ରେଳ ଷ୍ଟେସନ ର ଦୁଇ କଡ଼ ର ଫାଟକ ଘଣ୍ଟା ଘଣ୍ଟା ଧରି ବନ୍ଦ ହେଉ ଥିବାରୁ ସହରର ଟ୍ରାଫିକ ସମସ୍ୟା ଵିପର୍ଯ୍ୟସ୍ତ ହେବା ସଂଗେ ଯାତାୟତ ରେ ବିଳମ୍ବ ଘଟୁ ଥିଲା । ରେଳ ବାଇ ଫାଟକ ଦୁଇଟି ସହର ବାସିଙ୍କ ଦୁଃଖ ପାଲିଟି ଥିଲା । ଓଭର ବ୍ରିଜ ନିର୍ମାଣ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବହୁ ଆନ୍ଦୋଳନ ହୋଇଥିଲା । ବହୁ ଦାବି ପରେ ବ୍ୟାସନଗର ସ୍ଥିତ ସତ୍ୟସାହି ମନ୍ଦିର ନିକଟରେ ଓଭର ବ୍ରିଜ ପାଇଁ କେନ୍ଦ୍ର ସରକାର ମଂଜୁର କଲେ ୮୧ କୋଟି ୭୮ଲକ୍ଷ ଟଙ୍କା । ସୂଚନା ମୁତାବକ ଯାଜପୁର ରୋଡ ରେଳ ଷ୍ଟେସନ ସତ୍ୟସାହି ମନ୍ଦିର ନିକଟରେ ଥିବା ରେଳ ଫାଟକ ପାଇଁ ବ୍ୟାସନଗର ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ ଭାବରେ ରେଳ ଫାଟକ ଡେଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗଲାବେଳକୁ ଗେଟ ପଡିରହିବା ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି । ତେବେ ଏହି ରେଳ ଫାଟକ ଉପରେ ଏକ ଓଭର ବ୍ରିଜ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ରେଳ ବିଭାଗ, ସାଂସଦ ଙ୍କ ନିକଟରେ ଦାବି କରୁଥିଲେ । ସହରର ଏହି ଆବଶ୍ୟକତାକୁ ନଜର କରି କେନ୍ଦ୍ର ସରକାରଙ୍କ ରେଳ ବିଭାଗ ପକ୍ଷରୁ ଚୂନଭାଟି ଠାରୁ ସାପଗଡ଼ିଆ ପର‌୍ୟ୍ୟନ୍ତ ଏକ ଓଭର ବ୍ରିଜ ନିର୍ମାଣ ପାଇଁ ୮୧ କୋଟି ୭୮ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ଯାଜପୁର ସାଂସଦ ଶର୍ମିଷ୍ଠା ସେଠି ପାଳିଆମେଣ୍ଟ ଯାଜପୁର ରୋଡ ରେ ଓଭର ବ୍ରିଜ ନିର୍ମାଣ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯାଜପୁର ରୋଡ ର ଯୁବ ଆଇନ ଜିବି ଜିତେନ୍ଦ୍ର ପ୍ରତିହାରୀ ଏ ସମ୍ପର୍କ ରେ ମାନ୍ୟ ବର ହାଇ କୋର୍ଟ ରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରି ଥିଲେ ମାନ୍ୟ ବର ହାଇ କୋର୍ଟ ଅବର ବ୍ରିଜ ନିର୍ମାଣ ପାଇଁ ରେଲ୍ୱେ କୁ ନିର୍ଦେଶ ମଧ୍ୟ୍ୟ ଦେଇ ଥିଲେ । ତେବେ କେନ୍ଦ୍ର ରେଳ ବିଭାଗ ପକ୍ଷରୁ ବ୍ୟୟ ମଂଜୁର ପରେ ସହରବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ସୂଚନା ଯୋଗ୍ୟ ଯେ କେନ୍ଦ୍ର ରେଳମନ୍ତ୍ରୀ ବାଲେଶ୍ଵର ଗସ୍ତ ରେ ଥିବାବେଳେ ଯାଜପୁରରୋଡ଼ ଷ୍ଟେସନରେ କିଛି ସମୟ ପାଇଁ ଓଲ୍ହାଇ ଥିଲେ । ଏହି ପରିପ୍ରେକ୍ଷୀରେ ବ୍ୟାସନଗର ବୋହୁ ସାମାଜିକ ଓ ରାଜନୈତିକ ଜନସାଧାରଣ ତାଙ୍କୁ ଭେଟି ଦାବି ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking