18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶନେପାଳ ବିମାନର ଧ୍ୱଂସାବଶେଷ ଠାବ

ନେପାଳ ବିମାନର ଧ୍ୱଂସାବଶେଷ ଠାବ

ନେପାଳ: ବିମାନଟି ହିମାଳୟର ମାନାପାଥିର ନିମ୍ନ ଭାଗରେ ଦେଖାଯାଇଥିଲା। ନେପାଳ ସେନାର ସୂଚନାନୁସାରେ, ମୁସ୍ତାଙ୍ଗର କୋବାନରେ ବିମାନର ଧ୍ୱଂସାବଶେଷ ଦେଖିବାକୁ ମିଳିଥିଲା। କିନ୍ତୁ ସୋମବାର ସକାଳେ ସେନା ପକ୍ଷରୁ ବିମାନର ଫଟୋ ସେୟାର କରାଯିବା ସହ ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରାଯାଇଛି।  ସାନସେୱୟାରର ଥାସାଙ୍ଗ-୨ରେ  ଞବକ୍ସବ ଇସକ୍ସ ବସକ୍ସମକ୍ସବଲଗ୍ଧର ଧ୍ୱସାଂବଶେଷ ଠାବ ହୋଇଛି। ବିମାନଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି।
ସୋମବାର ସକାଳୁ ପୁଣି ଥରେ ନେପାଳ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ହ୍ୟାଲିକେପ୍ଟର ସାହାଯ୍ୟରେ ଯବାନମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରବିବାର ଖରାପ ପାଗ ଓ ତୁଷାରପାତ ଯୋଗୁଁ ଉଦ୍ଧାର କାର‌୍ୟ୍ୟ ବାଧପ୍ରାପ୍ତ ହୋଇଥିଲା।ଦୁର୍ଘଟଣାଗ୍ରସ୍ତ ଞବକ୍ସବ ଇସକ୍ସ’ଗ୍ଦ ୯ ଘଇଋଞ ବିମାନରେ ନେପାଳ ବୁଲିବାକୁ ଯାଇଥିବା ଗୋଟିଏ ପରିବାବରର ୪ ଜଣ ଓଡିଆଙ୍କ ସମେତ ମୋଟ ୨୨ ଜଣ ଥିଲେ। ଓଡିଆ ଯାତ୍ରୀ ଭୁବନେଶ୍ୱରର ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ଓ ବୈଭବୀ ତ୍ରିପାଠୀ ବୋଲି ସୂଚନା ମିଳିଛି।
୧୯ ସିଟ୍ ବିଶିଷ୍ଟ ବିମାନରେ ୩ ଜଣ ବିଦେଶୀ ଏବଂ ୧୩ ଜଣ ନେପାଳୀ ନାଗରିକ ମଧ୍ୟ ଥିଲେ । ବିମାନରେ ଥିବା ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି କି ନାହିଁ ତାହା ଏପର‌୍ୟ୍ୟନ୍ତ ଜଣା ପଡିନାହିଁ। ତେବେ ସେନା ଅଧିକାରୀମାନେ ଦୂରରୁ ଧୂଆଁ ଉଠୁଥିବା ଦେଖି ବିମାନଟି ଚିହ୍ନଟ କରିଥିଲା।ଦୁର୍ଘଟଣା କିପରି ଘଟିଲା ତାହା ବର୍ତ୍ତମାନ ପର‌୍ୟ୍ୟନ୍ତ ଜଣାପଡିନାହିଁ। ବିମାନର ବ୍ଲାକବକ୍ସ ଖୋଜା ଚାଲିଛି। ତଦନ୍ତ ରିପୋର୍ଟ ଆସିଲେ ଘଟଣା ବିଷୟରେ ଜଣାପଡିବ ବୋଲି ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking