21.1 C
Bhubaneswar
Saturday, November 16, 2024
Homeଅପରାଧବିଧବା ମା’ କୁ ନିର୍ମମ ଭାବେ କାଠ ଫାଳିଆରେ ପିଟି ପିଟି ହତ୍ୟା କଲା ପୁଅ…

ବିଧବା ମା’ କୁ ନିର୍ମମ ଭାବେ କାଠ ଫାଳିଆରେ ପିଟି ପିଟି ହତ୍ୟା କଲା ପୁଅ…

ଫୁଲବାଣୀ: ବିଧବା ମା’କୁ ଅତି ନିର୍ମମ ଭାବେ ହତ୍ୟା କଲl ପୁଅ । ଗତକାଲି (ଗୁରୁବାର) ରାତିରେ ଏଭଳି  ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ବିଡ଼ଙ୍ଗୀସାହିରେ ଏହି ଘଟଣା ଘଟିଛି । ୬୦ ବର୍ଷର ବୃଦ୍ଧା ମା କସ୍ତୁରୀ କହଁରକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ପୁଅ ଜିତେନ୍ଦ୍ର କହଁର l କୌଣସି କାରଣକୁ ନେଇ ମା ସହ ପୁଅର ଯୁକ୍ତିତର୍କ ହୋଇଥିଲା । ଆଉ ପୁଅ ଜିତେନ୍ଦ୍ର ହଠାତ କ୍ରୋଧାନ୍ୱିତ ହୋଇ ପାଖରେ ଥିବା ଏକ କାଠ ଫାଳିଆରେ ମୁଣ୍ଡକୁ ପିଟିଦେବା ଫଳରେ ଗୁରୁତର ହୋଇ ପଡ଼ିଥିଲେ କସ୍ତୁରୀ l  ତାଙ୍କୁ ତୁରନ୍ତ ଫୁଲବାଣୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ଯୁ ଘଟିଥିଲା l  ଏ ନେଇ ଫୁଲବାଣୀ  ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି l  ହତ୍ୟାକାରୀ ପୁଅ ଜିତେନ୍ଦ୍ରକୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା କରୁଛି l  ହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଏହି ଘଟଣା ବିଡlଙ୍ଗି ସାହି ଅଂଚଳ ରେ ଆଲୋଡନ ସୃଷ୍ଟି କରିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking