19.1 C
Bhubaneswar
Sunday, November 17, 2024
Homeଓଡିଶାଭୁବନେଶ୍ୱରରାଜଧାନୀରେ ଭାରି ମୋଟରଯାନ ଚଲାଇବେ ମହିଳା ଓ କିନ୍ନର, ‘ମୋ ବସ୍’ ପରିଚାଳନା ସଂସ୍ଥା ପକ୍ଷରୁ...

ରାଜଧାନୀରେ ଭାରି ମୋଟରଯାନ ଚଲାଇବେ ମହିଳା ଓ କିନ୍ନର, ‘ମୋ ବସ୍’ ପରିଚାଳନା ସଂସ୍ଥା ପକ୍ଷରୁ ଦିଆଯିବ ତାଲିମ…

ଭୁବନେଶ୍ୱର : ରାଜଧାନୀରେ ଭାରି ମୋଟରଯାନ ଚଲାଇବେ ମହିଳା ଓ କିନ୍ନର । କ୍ରୁଟ୍ (capital Region Urban Transport) ବା ମୋ ବସ୍‌ ପରିଚାଳନା ସଂସ୍ଥା ପକ୍ଷରୁ ଦିଆଯିବ ତାଲିମ । ଏଥିପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମହିଳା ଓ କିନ୍ନରଙ୍କୁ ଭାରି ଯାନ ଚଲାଇବା ନେଇ ତାଲିମ ଦିଆଯିବ । ଆଉ ଏହି ସୁଯୋଗ ଦେବ କ୍ରୁଟ୍ । ଏଥିପାଇଁ ଇଚ୍ଛୁକ ବ୍ୟକ୍ତି ଆବେଦନ କରିପାରିବେ । ଭାରିଯାନ ଡ୍ରାଇଭିଂ ଟ୍ରେନିଂ ପାଇଁ ୧ ଏପ୍ରିଲ ୨୦୨୧ ପୂର୍ବରୁ ବର୍ଷେ ବୈଧତା ଏଲଏମଭି ଲାଇସେନ୍ସ ଥିବା ଆବଶ୍ୟକ । ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ କିମ୍ବା ତାଠାରୁ ଅଧିକ ହେବ । ସେହପରି ବୟସ ୨୦ରୁ ୪୦ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି କିନ୍ନର ସମାଜ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking