ନୂଆଦିଲ୍ଲୀ: ଆପଣ ବିଶ୍ୱର ବିଚିତ୍ର ସ୍ଥାନ ବିଷୟରେ ଶୁଣିଥିଲେ। ଯେଉଁଠାରେ ରହସ୍ୟମୟ କାର୍ଯ୍ୟ ହୋଇଥାଏ। ଏଭଳି ଏକ ସ୍ଥାନ ତୁର୍କିରେ ରହିଛି । ସେଠାରେ ଥିବା ଏକ ମନ୍ଦିରକୁ ଥରେ ଗଲେ କେହି ବଞ୍ଚିକି ଆସିପାରେ ନାହିଁ ବୋଲି କୁହାଯାଏ। ଆସନ୍ତୁ ଜଣିବା ଏହି ମନ୍ଦରର ରହସ୍ୟ କଣ ରହିଛି।
୧. ନର୍କର ଦ୍ୱାର କୁହାଯାଏ: ଏହି ମନ୍ଦିର ତୁର୍କିର ପ୍ରାଚିନ ସହର ହେରାପୋଲିସରେ ଅବସ୍ଥିତ। ଏହି ପ୍ରାଚିନ ମନ୍ଦିରକୁ ନେଇ କୁହାଯାଇଛି ଯେ ଏଠାରେ ନର୍କର ଦ୍ୱାର ରହିଛି। ଯଦି କୌଣସି ଲୋକ ଏହି ମନ୍ଦିରକୁ ଚାଲିଯାଆନ୍ତି ତେବେ ତାଙ୍କର ମର ଶରୀର ମଧ୍ୟ ମିଳିନଥାଏ।
୨. ପଶୁ ମଧ୍ୟ ଜୀବିତ ଫେରି ନାହିଁ: ‘ସାଇନ୍ସ, ଆଲର୍ଟ ଡଟ୍ କମ୍’ ଅନୁସାରେ ଗତ କିଛି ବର୍ଷ ଧରି ଏଠାରେ ରହସ୍ୟମୟ ମୃତ୍ୟୁ ହେଉଥିବା ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ହେଲା ମଣିଷ ବ୍ୟତିତ ଏହି ମନ୍ଦିରକୁ ଆସୁଥିବା ଅନ୍ୟ ପଶୁ ପକ୍ଷୀମାନେ ମଧ୍ୟ ଜୀବିତ ଫେରନ୍ତି ନାହିଁ। ଏହି କାରଣରୁ ଲୋକମାନେ ଏହାକୁ କୁହନ୍ତି ‘ଦି ଗ୍ୟାଟ ଅଫ ହେଲ’ ଅର୍ଥାତ ନର୍କର ଦ୍ୱାର।
୩. ୟୁନାନି ଭଗବାନ ନେଉଛନ୍ତି ବିଷାକ୍ତ ନିଶ୍ୱାସ: ଏହି ମନ୍ଦିରକୁ ନେଇ ଲୋକମାନେ ବିଶ୍ୱାସ କରନ୍ତି ଯେ ସେଠାରେ ମଣିଷଙ୍କ ମୃତ୍ୟୁ ୟୁନାନି ଭଗବାନଙ୍କ ବିଷାକ୍ତ ନିଶ୍ୱାସ ଯୋଗୁଁ ହୋଇଥାଏ । ଗ୍ରୀକ୍-ରୋମାନ୍ କାଳରେ ଏକ ଆଇନ କରାଯାଇଥିଲା ଯେ ଯଦି କୌଣସି ବ୍ୟକ୍ତି ଏହି ମନ୍ଦିରକୁ ଯାଆନ୍ତି, ତା’ହେଲେ ତାଙ୍କ ମୁଣ୍ଡ କାଟି ଦିଆଯିବ ।
୪. ରହସ୍ୟର ପରଦା ହଟାଇଲେ ବୈଜ୍ଞାନିକ: ତେବେ ଲୋକଙ୍କ ମୃତ୍ୟୁର ରହସ୍ୟ ବୈଜ୍ଞାନିକମାନେ ସମାଧାନ କରିଛନ୍ତି।ବୈଜ୍ଞାନିକଙ୍କ ଗବେଶଣା ଅନସାରେ ବିଷାକ୍ତ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ମନ୍ଦିର ତଳେ ଲଗାତର ବାହାରୁ ଥିବାରୁ, ମଣିଷ ଏବଂ ପଶୁମାନେ ସଂସ୍ପର୍ଶରେ ଆସିବା ମାତ୍ରେ ସେମାନଙ୍କର ମୃତ୍ୟୁ ହେଉଛି।
୫. ଏପରିକି କୀଟପତଙ୍ଗ, ପଶୁ ଏବଂ ପକ୍ଷୀମାନେ ମଧ୍ୟ ବଞ୍ଚନ୍ତି ନାହିଁ: ବୈଜ୍ଞାନିକଙ୍କ ଗବେଷଣା ଅନୁଯାୟୀ, ମନ୍ଦିର ତଳେ ନିର୍ମିତ ଗୁମ୍ଫାରେ ପ୍ରଚୁର ପରିମାଣରେ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ ରହିଛି। ଯାହା ସାଧାରଣତ ୧୦ ପ୍ରତିଶତ କାର୍ବନ ଡାଇଅକ୍ସାଇଡ୍ ଜଣେ ବ୍ୟକ୍ତିଙ୍କୁ ମାତ୍ର ୩୦ ମିନିଟରେ ମାରି ଦେଇଥାଏ। ହେଲେ ଏହି ଗୁମ୍ଫା ଭିତରେ ଥିବା ବିଷାକ୍ତ ଗ୍ୟାସର ପରିମାଣ ୯୧ ପ୍ରତିଶତ ଅଟେ । ଗୁମ୍ଫା ଭିତରୁ ବାଷ୍ପ ବାହାରିବା ହେତୁ କୀଟପତଙ୍ଗ ଏବଂ ପଶୁ ଏବଂ ଏଠାକୁ ଆସୁଥିବା ପକ୍ଷୀମାନେ ମରିଯାଆନ୍ତି ।