22.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶଏବେ ବିନା ଟିକେଟରେ ମଧ୍ୟ ଟ୍ରେନ୍‌ରେ କରିପାରିବେ ଯାତ୍ରା ଜାଣନ୍ତୁ କଣ ରହିଛି ନିୟମ

ଏବେ ବିନା ଟିକେଟରେ ମଧ୍ୟ ଟ୍ରେନ୍‌ରେ କରିପାରିବେ ଯାତ୍ରା ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ: ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହା ଖୁବ୍ ଜରୁରୀ ଖବର। ହଠାତ ଯଦି କେବେ ଟ୍ରେନ୍‌ରେ ଯାତ୍ରା କରିବାକୁ ପଡେ ତେବେ ଏଥିପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବନି। ଏବେ ଆପଣ ବିନା ରିଜର୍ଭେସନ୍‌ରେ ମଧ୍ୟ ଟ୍ରେନ୍‌ରେ ଯାତ୍ରା କରିପାରିବେ। ପୂର୍ବରୁ ତତ୍କାଳ ଟିକେଟ ହିଁ ଏଭଳି ସମୟର ସାହାରା ଥିଲା, କିନ୍ତୁ ସେଥିରେ ମଧ୍ୟ ଟିକେଟ ମିଳିବା ସହଜ ହୁଏନି। ଏବେ ରେଲଓ୍ବେ ଆପଣ ଏଭଳି ସମୟରେ ଖାସ୍ ସୁବିଧା ଦେଇଛି, ଯାହା ଅନୁସାରେ, ଏବେ ଆପଣ ବିନା ରିଜର୍ଭେସନ୍‌ରେ ମଧ୍ୟ ଯାତ୍ରା କରପାରିବେ।

ଏବେ ଆପଣ ପ୍ଲାଟଫର୍ମ ଟିକେଟରେ ମଧ୍ୟ ଯାତ୍ରା କରିପାରିବେ। ଯଦି ଆପଣଙ୍କ ପାଖରେ ରିଜର୍ଭେସନ୍ ଟିକେଟ ନାହିଁ ଓ ଆପଣଙ୍କୁ ଟ୍ରେନ୍‌ରେ କୁଆଡେ ଯିବାର ଥିଲେ ଆପଣ କେବଳ ପ୍ଲାଟଫର୍ମ ଟିକେଟ ନେଇ ଯାଇପାରିବେ। ଏହାପରେ ଟିକେଟ ଚେକରଙ୍କ ପାଖକୁ ଯାଇ ଟିକେଟ ତିଆରି କରିପାରିବେ। ଉଲ୍ଲେଖନୀୟ ଯେ, ଯାତ୍ରୀଙ୍କ ସୁବିଧା ପାଇଁ ରେଲଓ୍ବେ ଏହି ନିୟମ ତିଆରି କରିଛି, କିନ୍ତୁ ଧ୍ୟାନରେ ରଖି ପ୍ଲାଟଫର୍ମ ଟିକେଟ ନେଇ ତୁରନ୍ତ ଟିଟିଇଙ୍କ ସହ ଯୋଗାଯୋଗ କରିହେବ।

ଏହି ସମୟରେ ଟ୍ରେନ୍‌ର ସିଟ୍ ଯଦି ଖାଲି ନାହିଁ, ତଥାପି ମଧ୍ୟ ଯାତ୍ରା କରିପାରିବେ। ରେଲଓ୍ବେର ନିୟମ ଅନୁସାରେ, ଟ୍ରେନ୍‌ରେ ସିଟ୍ ଖାଲି ନଥିଲେ ଟିଟିଇ ଆପଣଙ୍କୁ ରିଜର୍ଭ ସିଟ୍ ଦେବାକୁ ଯଦିଓ ମନା କରିପାରନ୍ତି, କିନ୍ତୁ ଯାତ୍ରା କରିବାରେ ରୋକି ପାରିବେନି। ଏହି ହିସାବରେ ଯଦି ଆପଣଙ୍କ ପାଖରେ ରିଜର୍ଭେସନ୍ ଟିକେଟ ନାହିଁ ତେବେ ୨୫୦ ଟଙ୍କାର ପେନାଲ୍ଟି ଚାର୍ଜ ସହିତ ନିଜର ଗନ୍ତବ୍ୟ ସ୍ଥଳକୁ ଟିକେଟ କରିପାରିବେ। ଏଥିପାଇଁ ଆପଣଙ୍କ ପକ୍ଷରୁ ନିଆଯାଇଥିବା ଟିକେଟର ମୂଲ୍ୟକୁ କାଟି ବାକି ଭଡା ଆଦାୟ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking