ନୂଆଦିଲ୍ଲୀ : ସାଓମି ଚଳିତ ସପ୍ତାହରେ ନିଜ Xiaomi Mi Band 7 ଆଣିଛି । କମ୍ପାନୀର ଏହି ଫିଟନେସ୍ ବ୍ୟାଣ୍ଡ ଏବେ ଏକ ବଡ ସ୍କ୍ରିନ ସହିତ ଆସିଛି । କେବଳ ଏତିକି ନୁହେଁ, ୟୁଜର୍ସଙ୍କ ପାଇଁ ପୂର୍ବ ଅପେକ୍ଷା ଅଧିକ ସୁବିଧା ଏବଂ ଅନେକ ଫିଟନେସ୍ ମୋଡ ସହିତ ଏହି ବ୍ୟାଣ୍ଡ ଆସୁଛି । ଏହି ବ୍ୟାଣ୍ଡ ଅଲୱେଜ୍-ଅନ୍ ଡିସପ୍ଲେ ଫିଚରକୁ ମଧ୍ୟ ସପୋର୍ଟ କରିବ । ଏହି ଫିଟନେସ୍ ବ୍ୟାଣ୍ଡ ଅନେକ ସମୟ ବ୍ୟାଟେରୀ ବ୍ୟାକଅପ୍ ଦେବ ବୋଲି କମ୍ପାନୀ ସୂଚନା ଦେଇଛି ।
Mi Band 7ରେ ଏବେ ୧.୬୨ ଇଞ୍ଚର ବଡ ଆମୋଲେଡ୍ ଡିସପ୍ଲେ ମିଳୁଛି ଯାହା ଆପଣଙ୍କୁ ନୋଟିଫିକେସନ ସମ୍ପର୍କରେ ଅଧିକ ସୂଚନା ଦେବାରେ ସାହାଯ୍ୟ କରିବ । ଏହା ଅଲୱେଡ୍ ଅନ୍ ଡିସପ୍ଲେ ସହିତ ଆସୁଛି । ଟ୍ରାକିଂ କରିବା ପାଇଁ ଏଥିରେ ୧୨୦ ଫିଟନେସ୍/ସ୍ପୋର୍ଟ ମୋଡ୍ ପ୍ରଦାନ କରିଛି କମ୍ପାନୀ ।
ହେଲ୍ଦ ଟ୍ରାକିଂ ପାଇଁ ସେନ୍ସର ରୂପେ ଏମଆଇ ବ୍ୟାଣ୍ଡ ୭କୁ ଅକ୍ସିଜେନ ଲେବଲ ମିଳିଥାଏ, ଯାହା ୟୁଜର୍ସଙ୍କୁ SpO2 ସ୍ତର ୯୦ ପ୍ରତିଶତରୁ ତଳକୁ ଖସିଲେ ଆଲର୍ଟ କରିଥାଏ । ଏହି ବ୍ୟାଣ୍ଡରେ ହାର୍ଟ ରେଟ୍ ଟ୍ରାକର ମଧ୍ୟ ଅଛି । ସାଓମି କହିଛି କି ଏମଆଇ ବ୍ୟାଣ୍ଡ ୭, ୧୫ ଦିନର ବ୍ୟାଟେରୀ ଏବଂ ହେଭି ୟୁଜରେ ୯ ଦିନ ବ୍ୟାଟେରୀ ଲାଇଫ୍ ଦେଇଥାଏ ।
ଦାମ୍: ଏହି ବ୍ୟାଣ୍ଡକୁ ଚୀନରେ ଲଞ୍ଚ୍ କରାଯାଇଛି । ଏହାର ଦାମ୍ ପ୍ରାୟ CNY ୨୩୯(ପ୍ରାୟ ୨,୭୭୭ ଟଙ୍କା) ରଖାଯାଇଛି । ସାଓମିର ଏକ ଏନଏଫସି ଭେରିଏଣ୍ଟ ମଧ୍ୟ ଆସିଛି ଯାହାର ଦାମ୍ CNY ୨୭୦(ପ୍ରାୟ ୩୧୩୭ ଟଙ୍କା) ରଖାଯାଇଛି । ବର୍ତ୍ତମାନ ଭାରତରେ ଏହାର ଲଞ୍ଚିଂକୁ ନେଇ କୌଣସି ସୂଚନା ମିଳିନି କିନ୍ତୁ କୁହାଯାଉଛି କି ଆଗାମୀ କିଛି ମାସରେ ଏହା ଭାରତରେ ଲଞ୍ଚ୍ ହୋଇପାରେ ।