ବଲାଙ୍ଗୀର : ଦଣ୍ଡମୁକ୍ତ ଅଞ୍ଚଳରେ ମିଳିଲା ଦଣ୍ଡ । ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ନିର୍ଘାତ ପିଟିଲେ ଶିକ୍ଷୟିତ୍ରୀ। ଘଟଣାର ଖୋଳତାଡ଼ କରୁ କରୁ ଶିକ୍ଷୟିତ୍ରୀଜଣକ ନକଲି ବୋଲି ଜଣାପଡ଼ିଲା।ଇଚ୍ଛାପୁର ସ୍କୁଲରେ ଛାତ୍ରୀଙ୍କୁ ଶିକ୍ଷୟତ୍ରୀ ମାଡ ମାରିବା ଘଟଣାରେ ଟ୍ୱିଷ୍ଟ । ଅଭିଭାବକଙ୍କ ହୋ ହଲ୍ଲା ଯୋଗୁଁ ସ୍କୁଲ ରେ ସିଡବ୍ଲ୍ୟୁସି ଓ ଏବିଇଓ ପହଁଚିଛନ୍ତି । ଖୋଳତାଡ ପରେ ଜଣାପଡିଲେ ଶିକ୍ଷୟତ୍ରୀ ନକଲି । ୨୦୧୪ ମସିହାରୁ ଆସି ପାଠ ପଢାଉଥିଲେ । ଗୋଟିଏ ଏନଜିଓ ଶିକ୍ଷୟତ୍ରୀଙ୍କୁ ପଢାଇବା ଦାୟିତ୍ୱ ଦେଇଥିଲା । ଏ ସମ୍ପର୍କରେ ସ୍କୁଲ କର୍ତ୍ତୁପକ୍ଷ ଜାଣି ନ ଥିବା କହିବା ବିସ୍ମୟ । ଦୀର୍ଘ ୮ ବର୍ଷ ହେବ ସ୍କୁଲ ରେ ପାଠ ପଢାଉ ଥିଲେ ନକଲି ଶିକ୍ଷୟତ୍ରୀ । ଶିକ୍ଷକ ମାନଙ୍କ ଅନୁପସ୍ଥିତି ରେ ସେ ପାଠ ପଢାଉଥିଲେ । କିନ୍ତୁ ତାଙ୍କ ନିଯୁକ୍ତି ସମ୍ପର୍କ ରେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତୁ ପ୍ରଧାନ ଶିକ୍ଷୟତ୍ରୀ । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବା ନେଇ କହିଲେ ସିଡବ୍ଲ୍ୟୁସି ।