20.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶଆମେରିକାକୁ ଚେତାବନୀ: ତାଇୱାନ୍ ଜଳରାଶିରେ ଚୀନ୍‌ର ସମରାଭ୍ୟାସ

ଆମେରିକାକୁ ଚେତାବନୀ: ତାଇୱାନ୍ ଜଳରାଶିରେ ଚୀନ୍‌ର ସମରାଭ୍ୟାସ

ବେଜିଂ: ଆମେରିକା ସହିତ ମିଶି ଚଳାଇଥିବା କପଟତାପୂର୍ଣ୍ଣ ଗତିବିଧିରୁ ଦୂରେଇ ରହିବା ପାଇଁ ତାଇୱାନ୍‌କୁ ଚେତାବନୀ ଦେବା ନିମନ୍ତେ ଏହାର ସୀମା ନିକଟରେ ସମରାଭ୍ୟାସ ଚଳାଇଥିଲା ବୋଲି ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍‌ଏ) ବୁଧବାର କହିଛି । ସ୍ୱୟଂଶାସିତ ତାଇୱାନ୍‌କୁ ଚୀନ୍ ଯଦି ବଳପୂର୍ବକ ଅଧିକାର କରିବାକୁ ଉଦ୍ୟମ କରେ ତେବେ ୱାଶିଂଟନ୍ ଯୁଦ୍ଧରେ ସାମିଲ ହେବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍ କହିବାର ଦୁଇଦିନ ପରେ ଏହି ସମରାଭ୍ୟାାସ କରାଯାଇଥିଲା । ନିକଟରେ ତାଇୱାନ୍ ଦ୍ୱୀପ ଚାରିପଟେ ଥିବା ଜଳରାଶିରେ ଏବଂ ଏହା ଉପରେ ପିଏଲ୍‌ଏ ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡର କେତେକ ସାମରିକ ବ୍ରାଞ୍ଚ୍ ଜଏଣ୍ଟ୍ ଆଲର୍ଟ ପାଟ୍ରୋଲିଂ ସହିତ କମ୍ବାଟ୍ ଏକ୍ସରସାଇଜ୍ କରିଥିଲା ବୋଲି ଇଷ୍ଟର୍ଣ୍ଣ ଥିଏଟରର ମୁଖପାତ୍ର ବୁଧବାର ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ।

ଏହା ତାଇୱାନ୍ ଓ ଆମେରିକାର ମିଳିତ ଗତିବିଧି ପାଇଁ ଏକ କଡ଼ା ଚେତାବନୀ ଥିଲା ବୋଲି ବିଜ୍ଞପ୍ତିରେ କୁହାଯାଇଛି । ତାଇୱାନ୍ ପ୍ରସଙ୍ଗରେ ଆମେରିକାର କଥା ଓ କାର୍ଯ୍ୟରେ ଭିନ୍ନତା ରହୁଛି ବୋଲି ମୁଖପାତ୍ର ଅଭିଯୋଗ କରିଛନ୍ତି । ଏହା ସହିତ ଆମେରିକା ବାରମ୍ବାର ତାଇୱାନ୍‌ର ସ୍ୱାଧୀନତାକୁ ପ୍ରୋତ୍ସାହିତ କରୁଛି । ଆମେରିକାର ଏହି କପଟତା ପରିସ୍ଥିତିକୁ ବିପଜ୍ଜନକ କରୁଛି, ଯାହାର ପରିଣତି ତାକୁ ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର କର୍ଣ୍ଣେଲ୍ ତାନ୍ କେଫେଇ କହିଛନ୍ତି, ପିଏଲ୍‌ଏ ଯୁଦ୍ଧ ନିର୍ଦ୍ଦେଶକୁ ଅପେକ୍ଷା କରି ରହିଛି ଏବଂ ବାହ୍ୟ ଶକ୍ତିର ହସ୍ତକ୍ଷେପ ତଥା ତାଇୱାନ୍ ସ୍ୱାଧୀନତା ପାଇଁ ବିଚ୍ଛିନ୍ନତାବାଦୀ ଚଳାଇଥିବା ଉଦ୍ୟମକୁ ପ୍ରତିହତ କରିବା ନିମନ୍ତେ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ନେବ । କ୍ୱାଡ୍ ନେତାଙ୍କ ଟୋକିଓ ସମ୍ମିଳନୀ ଅବସରରେ ଜାପାନ ସମୁଦ୍ର ଉପରେ ଚୀନ୍ ଓ ରୁଷ୍ ଯୁଦ୍ଧ ବିମାନ ଚକ୍କର୍ ମାରିବାର ଗୋଟିଏ ଦିନ ପରେ ଏହି ଡ୍ରିଲ୍‌କୁ ନେଇ ଘୋଷଣା ସାମ୍ନାକୁ ଆସିଛି । ଫେବୃଆରୀ ୨୪ରେ ରୁଷ୍‌ର ୟୁକ୍ରେନ୍ ଆକ୍ରମଣ ପରେ ଏହା ମସ୍କୋ ଓ ବେଜିଂର ପ୍ରଥମ ମିଳିତ ଯୁଦ୍ଧାଭ୍ୟାସ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking