19.1 C
Bhubaneswar
Monday, November 18, 2024
Homeଓଡିଶାତିନିରଥର ୩୬ ଗୋଟି ଚକ ନିର୍ମାଣ ଶେଷ

ତିନିରଥର ୩୬ ଗୋଟି ଚକ ନିର୍ମାଣ ଶେଷ

ପୁରୀ: ରଥଖଳାରେ ଜୋର ସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରଥ ଖଳାରେ ମହାରଣା, ଭୋଇ ସେବକଙ୍କ ସହ ଅନ୍ୟ ସେବକମାନେ କାର୍ଯ୍ୟରେ ଲାଗିପଡିଛନ୍ତି । ଗୁରୁବାର ସୁଦ୍ଧା ତିନିରଥର ମୋଟ ୪୨ ଗୋଟି ଚକରୁ ୩୬ ଗୋଟି ଚକର ନିର୍ମାଣ ଶେଷ ହୋଇଯାଇଛି । ରଥ ନିର୍ମାଣର ତ୍ରୟବିଂଶ ଦିବସରେ ତିନିରଥର ମୋଟ ମହାରଣା, ଭୋଇ, କରତି ସେବକ ଓ ପାହି ମହାରଣା ଏବଂ ଓଝା ବା କମାର ସେବକ ମିଶି ୧୯୭ ଜଣ କାର୍ଯ୍ୟରେ ଯୋଗ ଦେଇଥିଲେ ।

ତିନିରଥର ନିର୍ମାଣକାରୀ ସେବକମାନେ ରଥ ଖଳାରେ ଉପସ୍ଥିତ ପୂର୍ବକ ମହାପ୍ରଭୁଙ୍କ ଉଦ୍ଧେଶ୍ୟରେ ପ୍ରଣିପାତ ହୋଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା । ଗୁରୁବାର ସୁଦ୍ଧା ତିନିରଥର ମୋଟ ୪୨ ଗୋଟି ଚକରୁ ୩୬ ଗୋଟି ଚକର ନିର୍ମାଣ ଶେଷ ହୋଇଅଛି । ଏତତ୍ ବ୍ୟତୀତ ରଥର ପ୍ରତ୍ୟେକ ରଥର ୩ ଭୂଇଁ ପାଇଁ ଆବଶ୍ୟକ ଭୁଇଁଚଉତା, ମୁହାଁଟ, ନିରାଡ଼ି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏତତ୍ ବ୍ୟତୀତ ଭୂଇଁ ନିର୍ମାଣ ପାଇଁ ଆଜି ଓରା ରେ ବିନ୍ଧକାର୍ଯ୍ୟ ସହ ଖମ୍ବୀ ନିର୍ମାଣ ଆରମ୍ଭ ହୋଇଯାଇଛି । ଏଥିସହ ଚାରି ନାହାକା ଚଉପଟ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି ।

ତାଳଧ୍ୱଜ ଚାଳି ରେ ନିର୍ମାଣ କାର୍ଯ୍ୟ :
ତାଳଧ୍ୱଜ ରଥର ମୋଟ ୧୪ ଗୋଟି ଚକରୁ ୧୨ ଗୋଟି ଚକର ନିର୍ମାଣ ଶେଷ ହୋଇ, ୧୩ ତମ ଚକର ତୁମ୍ବରେ ଅର ସଂଯୋଗ ଶେଷ ହୋଇ ପଇ ବିନ୍ଧ ପାଇଁ ମାପ ଚିହ୍ନ ଦାଗ ପଡ଼ିଅଛି, ତୁମ୍ବରେ ଅର ସଂଯୋଗ ପାଇଁ କଟିଙ୍ଗ ପରେ ଅର ସାଲ କାର୍ଯ୍ୟ ଆରମ୍ଭ ହେବ । ଏତତ୍ ବ୍ୟତୀତ ତାଳଧ୍ୱଜ ରଥର ତିନି ଭୂଇଁ ପାଇଁ ଆବଶ୍ୟକୀୟ ଭୁଇଁଚଉତା ମୁହାଁଟ, ନିରାଡ଼ି ଶେଷ ହେବାପରେ ଖମ୍ବୀ ଏବଂ ଓରା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚିଛି । ଏଥିସହ ଚାରି ନାହାକା ର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଅଛି ।

ଦେବଦଳନ ଚାଳି ରେ ନିର୍ମାଣ କାର୍ଯ୍ୟ :
ଦେବଦଳନ ରଥର ମୋଟ ୧୨ଗୋଟି ଚକରୁ ୧୦ ଗୋଟି ଚକ ନିର୍ମାଣ ଶେଷ ହୋଇ ୧୧ ତମ ଚକର ତୁମ୍ବରେ ଅଖ ବିନ୍ଧ ହୋଇ ପଂଦାରୀ ଏବଂ ବଳା ବସିଲା ପରେ ତୁମ୍ବ ରେ ସଂଯୋଗ ହୋଇଥିବା ଅର କଟିଙ୍ଗ ହୋଇ ଅର ସାଲ ହୋଇଅଛି ତଥା ପାଇବିନ୍ଧ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏତତ୍ ବ୍ୟତୀତ ଦେବଦଳନ ରଥର ତିନି ଭୂଇଁ ପାଇଁ ଆଜି ସୁଦ୍ଧା ଆବଶ୍ୟକ ୧୨ ଗୋଟି ଚଉତାରୁ ୮ ଗୋଟି ଶେଷ ହୋଇଅଛି । ଗୁରୁବାର ପଛ ଏବଂ ଦୁଇପାର୍ଶ୍ୱ ମୁଁହାଟ ନିର୍ମାଣ ଶେଷ ହେବାସହ ୪ଗୋଟି ନିରାଡ଼ି ନିର୍ମାଣ ଶେଷ ହୋଇଅଛି । ଏତତ୍ ବ୍ୟତୀତ ୪ଗୋଟି ଖମ୍ବୀ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚି ଥିବାବେଳେ ୪ ଗୋଟି ଓରା ରେ ବିନ୍ଧ କାର୍ଯ୍ୟ ଶେଷ ହୋଇଅଛି । ଏଥିସହ ଦେବଦଳନ ରଥର ଚାରି ନାହାକାର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ନନ୍ଦିଘୋଷ ଚାଲି ରେ ନିର୍ମାଣ କାର୍ଯ୍ୟ :
ନନ୍ଦିଘୋଷ ରଥର ମୋଟ ୧୬ ଗୋଟି ଚକରୁ ୧୪ ଗୋଟି ଚକର ନିର୍ମାଣ ଶେଷ ହୋଇ, ୧୫ ତମ ଚକର ତୁମ୍ବରେ ଅଖ ବିନ୍ଧ ହୋଇ ଅର ସଂଯୋଗ ହୋଇ ଅର କଟିଙ୍ଗ ହୋଇ ପଇ ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏତତ୍ ବ୍ୟତୀତ ନନ୍ଦିଘୋଷ ରଥର ତିନି ଭୂଇଁ ପାଇଁ ଆବଶ୍ୟକ ଭୁଇଁଚଉତା, ମୁହାଁଟ, ନିରାଡ଼ି ନିର୍ମାଣ ଶେଷ ହେବା ପରେ ଆଜି ଖମ୍ବୀ ଏବଂ ଓରା ରେ ବିନ୍ଧା କାର୍ଯ୍ୟ ଶେଷ ହୋଇଅଛି। ଏଥିସହ ନନ୍ଦିଘୋଷ ରଥର ୪ଗୋଟି ‘ନାହାକା’ ରୁ ଏକଗୋଟି ନାହାକାର ଚଉପଟ କାମ ଶେଷ ହୋଇଅଛି ।

ରୂପକାର ଚାଳି ରେ ନିର୍ମାଣ କାର୍ଯ୍ୟ :
ତିନିରଥର ରୂପକାର ସେବକ ମାନେ ସାଲ ଗୁଜ ଏବଂ ତିଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଜାରୀ ରଖିଛନ୍ତି । ଦୋଳବେଦୀ ସ୍ତିତ ଅସ୍ଥାଇ କମାର ଶାଳ ରେ ତିନିରଥର ଓଝା ସେବକ ମାନେ ତୁମ୍ବରେ ବସିବା ପାଇଁ ମାପ ପ୍ରକାରେ ବଳା ନିର୍ମାଣ ସହ ଘଡି ମୁହଁ ଦଣ୍ଡା କଣ୍ଟା ନିର୍ମାଣ ଜାରୀ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking