ନୂଆଦିଲ୍ଲୀ : ଟ୍ୱିଟର ଉପରେ ଲାଗିଲା ଆରୋପ । ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମ ଟ୍ୱିଟର ଉପରେ ୟୁଜର୍ସ ଙ୍କ ଗୋପନୀୟତା ଉଲଂଘନ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଟ୍ୱିଟର ଉପରେ ୧୫୦ ମିଲିୟନ ଡଲାର ର ଜରିମାନା ଲଗାଯାଇଛି । ଏହା ସହିତ କମ୍ପାନୀ କୁ ଉପଭୋକ୍ତା ଙ୍କର ତଥ୍ୟ ର ସୁରକ୍ଷା ପାଇଁ ନିୟମ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ ଆମେରିକା ର କମ୍ପାନୀ ଉପରେ ନ୍ୟାୟ ବିଭାଗ ଏବଂ ବାଣିଜ୍ୟ ଆୟୋଗ ଟ୍ୱିଟର ସହ ସମାଧାନ ପାଇଁ ଘୋଷଣା କରିଛି । ନିୟାମକ ମାନେ ଅଭିଯୋଗ କରିଛନ୍ତି ଯେ ଟ୍ୱିଟର ଏହାର ବ୍ୟବହାର କାରୀ ଙ୍କୁ ପ୍ରତାରଣା କରି ୨୦୧୧ ଏଫଟିସି ନିର୍ଦ୍ଦେଶ କୁ ଉଲଂଘନ କରିଛି । ଏହି ନିର୍ଦ୍ଦେଶ ଅନୁଯାୟୀ ଉପଭୋକ୍ତା ମାନଙ୍କ ତଥ୍ୟ ଏବଂ ବ୍ୟକ୍ତିଗତ ବିବରଣୀ କମ୍ପାନୀ ଗୁଡିକ ଦ୍ୱାରା ଗୋପନୀୟ ଏବଂ ସୁରକ୍ଷ୍ିତ ରଖାଯାଏ । ସରକାର ଅଭିଯୋଗ କରିଛନ୍ତି ଯେ ମେ ୨୦୧୩ ରୁ ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ ଟ୍ୱିଟର ବ୍ୟବହାରୀ ଙ୍କୁ କହିଛି ଯେ ଆକାଉଣ୍ଟ କୁ ସୁରକ୍ଷା ଦେବା ଉଦ୍ଦେଶ୍ୟ ରେ ସେମାନଙ୍କ ଫୋନ ନଂ ଏବଂ ଇ ମେଲ ତଥ୍ୟ ସଂଗ୍ରହ କରୁଛି । କିନ୍ତୁ କମ୍ପାନୀ ବ୍ୟବହାର କାରୀ ଙ୍କ ବ୍ୟକ୍ତିଗତ ତଥ୍ୟ ଅନ୍ୟ କମ୍ପାନୀ ସହ ସେୟାର କରୁଛି । ଏହି ତଥ୍ୟ ବ୍ୟବହାର କରି ଅନଲାଇନ ବିଜ୍ଞାପନ ବ୍ୟବହାର କାରୀଙ୍କୁ ପଠା ଯାଉଛି । ବୁଧବାର ଦିନ ଦାଖଲ ହୋଇଥିବା ଏକ ମାମଲାରେ ନିୟାମକ ମାନେ ଅଭିଯୋଗ କରିଛନ୍ତି ଯେ ୟୁରୋପୀୟ ୟୁନିଅନ୍ ଏବଂ ସ୍ୱିଜରଲ୍ୟାଣ୍ଡ ସହିତ ଆମେରିକାର ଗୋପନୀୟ ଚୁକ୍ତିନାମା କୁ ଟୁଇଟର ମିଥ୍ୟା ଦାବି କରିଛି । ଏହି ମକଦ୍ଦମା ସମାଧାନ ପରେ ଟ୍ୱିଟରକୁ ୧୫୦ ମିଲିୟନ ଡଲାର ଜରି ମାନା କରାଯାଇଛି ।