19.1 C
Bhubaneswar
Sunday, November 24, 2024
Homeଓଡିଶାପାରାଦୀପ ସମୁଦ୍ର କୂଳରୁ କୁଆଡେ ଗଲେ ନବମ ଶ୍ରେଣୀ ଛାତ୍ର ?

ପାରାଦୀପ ସମୁଦ୍ର କୂଳରୁ କୁଆଡେ ଗଲେ ନବମ ଶ୍ରେଣୀ ଛାତ୍ର ?

ପାରାଦୀପ : ନବମ ଶ୍ରେଣୀ ଛାତ୍ର ନିଖୋଜ । ସମୁଦ୍ର ରେ ଭାସିଯାଇ ନିଖୋଜ ହୋଇ ଯାଇଥିବା ସନ୍ଦେହ । ପାରାଦୀପ ସମୁଦ୍ର କୂଳରେ ସାଇକେଲ, ସ୍କୁଲ ବ୍ୟାଗ୍, ଆଇକାର୍ଡ ଓ ଡ୍ରେସ ଥିବା ବେଳେ ପିଲାଟିର କୌଣସି ସନ୍ଧାନ ମଳୁନାହିଁ । ସ୍କୁଲରୁ ଫେରି ସମୁଦ୍ରରେ ଗାଧୋଉ ଥିବା ବେଳେ ଛାତ୍ର ଜଣଙ୍କ ଭାସି ଯାଇଥିବା ସନ୍ଦେହ କରାଯାଉଛି । ନିଖୋଜ ଛାତ୍ର ହେଲେ ଭଞ୍ଜକଲୋନୀର ପ୍ରୀତମ ଦାସ ।
ସୂଚନା ଅନୁସାରେ , ସବୁଦିନ ପରି ଆଜି ବି ପ୍ରୀତମ ସ୍କୁଲ ଯାଇଥିଲେ । ସକାଳ ୯ଟାରେ ସ୍କୁଲ ଛୁଟି ହେବା ପରେ ସେ ତାଙ୍କ ସାଇକେଲ ଧରି ଘରକୁ ଫେରିଥିଲେ । ହେଲେ, ସେ ଘରେ ପହଞ୍ଚି ନଥିଲେ । ପୁଅ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ । ଏହି ସମୟରେ ସମୁଦ୍ର କୂଳରେ ତାଙ୍କ ସାଇକେଲ ଥୁଆ ହୋଇଥିବା ଓ ସ୍କୁଲ ବ୍ୟାଗ, ପ୍ୟାଣ୍ଟ ଏବଂ ଆଇକାର୍ଡ ସାଇକେଲ ପାଖରେ ଥିବା ଜାଣିବାକୁ ପାଇ ସେଠାରେ ପହଞ୍ଚି ଥିଲେ । ଏହାପରେ ପ୍ରୀତମ ସମୁଦ୍ରରେ ଗାଧୋଇବା ବେଳେ ଭାସି ଯାଉଥିବା ସନ୍ଦେହ କରାଯାଉଛି । ତେବେ ଖବର ପାଇବା ପରେ ସମୁଦ୍ର କୂଳରେ ସମ୍ପର୍କୀୟ ଓ ଲୋକଙ୍କ ଭିଡ । ତଟରକ୍ଷୀ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜା ଖୋଜି ଜାରି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking