27.1 C
Bhubaneswar
Sunday, September 29, 2024
Homeଖେଳବିଶ୍ୱ ମହିଳା ବକ୍ସିଂ ଚାମ୍ପିଅନ୍‌ଶିପ୍‌ : ପ୍ରିକ୍ୱାର୍ଟର୍‌ରେ ଲଭ୍‌ଲିନା

ବିଶ୍ୱ ମହିଳା ବକ୍ସିଂ ଚାମ୍ପିଅନ୍‌ଶିପ୍‌ : ପ୍ରିକ୍ୱାର୍ଟର୍‌ରେ ଲଭ୍‌ଲିନା

ଇସ୍ତାନବୁଲ୍ : ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ୍ ପଦକ ବିଜୟିନୀ ଲଭ୍‌ଲିନା ବୋରଗୋହେନ୍ ବିଶ୍ୱ ମହିଳା ବକ୍ସିଂ ଚାମ୍ପିଅନ୍‌ଶିପ୍ କମାଲ୍ କରିଛନ୍ତି। ଲଭ୍‌ଲିନା୍ ଲାଇଟ୍ ମିଡିଲ୍‌ୱେଟ୍ ବର୍ଗରେ ପୂର୍ବତନ ବିଶ୍ୱ ଚାମ୍ପିଅନ୍ ଚେନ୍ ନିଏନ୍‌-ଚିନ୍‌ଙ୍କୁ ହରାଇ ସୋମବାର ଏଠାରେ ଚାଲିଥିବା ଚାମ୍ପିଅନ୍‌ଶିପ୍‌ର ପ୍ରିକ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଭାରତର ଏହି ଯୁବ ବକ୍ସର୍ ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ଜିତିବା ପରେ ପ୍ରଥମ ଥର ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେଇଛନ୍ତି । ଲଭ୍‌ଲିନା ୭୦ କେଜି ବର୍ଗରେ ଚୀନା ତାଇପେଇ ବକ୍ସର୍‌ଙ୍କୁ ଖଣ୍ଡିତ ନଷ୍ପତ୍ତି ୩-୨ରେ ହରାଇଥିଲେ । ଏହା ନିଏନ୍‌ଙ୍କ ବିପକ୍ଷରେ ଲଭ୍‌ଲିନାଙ୍କ ଦ୍ୱିତୀୟ ବିଜୟ ।

ପୂର୍ବରୁ ଟୋକିଓ ଅଲିମ୍ପିକ୍ସର କ୍ୱାର୍ଟର୍ ଫାଇନାଲ୍‌ରେ ସେ ନିଏନ୍ ଚେନ୍‌ଙ୍କୁ ହରାଇଥିଲେ । ପୂର୍ବରୁ ଟୁର୍ଣ୍ଣାମେଣ୍ଟ୍‌ର ୨୦୧୮ ଓ ୨୦୧୯ ସଂସ୍କରଣରେ ଦୁଇଟି ବ୍ରୋଞ୍ଜ୍ ପଦକ ଜିତିଥିବା ଆସାମର ୨୪ ବର୍ଷୀୟା ବକ୍ସର୍ ପରବର୍ତ୍ତୀ ମ୍ୟାଚ୍‌ରେ ଚାମ୍ପିଅନ୍ ଇଂଲଣ୍ଡର ତିନିଥର ଜାତୀୟ ଚାମ୍ପିଅନ୍ ସିଣ୍ଡି ଏନ୍‌ଗାମ୍ବାଙ୍କୁ ଭେଟିବେ । ଚାରିଜଣ ଭାରତୀୟ ବକ୍ସର୍ ଶିକ୍ଷା (୫୪ କେଜି), ମନିଷା (୫୭ କେଜି), ଅଙ୍କୁଶିତା (୬୬ କେଜି) ଓ ନନ୍ଦିନୀ (+୮୧ କେଜି) ସେମାନଙ୍କ ବର୍ଗର ପ୍ରଥମ ରାଉଣ୍ଡ୍‌ରେ ବାଇ ହାସଲ କରିଛନ୍ତି । ୨୦୧୯ରେ ରୁଷ୍‌ରେ ଅନୁଷ୍ଠିତ ଚାମ୍ପିଅନ୍‌ଶିପ୍‌ର ଶେଷ ସଂସ୍କରଣରେ ଭାରତ ଗୋଟିଏ ରୌପ୍ୟ ଓ ତିନିଟି ବ୍ରୋଞ୍ଜ୍ ପଦକ ଜିତିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking