30.1 C
Bhubaneswar
Wednesday, November 6, 2024
Homeଓଡିଶାଆସନ୍ତାକାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ “ଅସାନି”

ଆସନ୍ତାକାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ “ଅସାନି”

ଭୁବନେଶ୍ୱର : ବାତ୍ୟା ଅସାନି ସମ୍ପର୍କରେ ଭାରତୀୟ ପାଣିପାଗ କେନ୍ଦ୍ର ର ସୂଚନା । ସମୁଦ୍ର ରେ ଘଣ୍ଟା କୁ ୨୫ କିମି ବେଗରେ ଗତି କରୁଛି ବାତ୍ୟା ଅସାନି । ଏବେ ଆନ୍ଧ୍ର ର କାକିନାଡା ଠାରୁ ୨୧୦ କିମି ଦୂରରେ ବାତ୍ୟା କେନ୍ଦ୍ରୀଭୂତ ହୋଇଛି । ବିଶାଖାପାଟଣାରୁ ୩୧୦, ଗୋପାଳପୁର ରୁ ୫୩୦, ପୁରୀରୁ ୬୩୦ କିମି ଦୂରରେ ରହିଛି ବାତ୍ୟା । କାଲି ସକାଳ ସୁଦ୍ଧା କାକିନାଡା ବିଶାଖାପାଟଣା ମଝିରେ ଉପକୂଳ ପାଖା ପାଖି ହେବ । କ୍ରମେ ଏହା ଦିଗ ବଦଳାଇ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଗତି କରିବ । ଉତ୍ତର ଆନ୍ଧ୍ର ଓ ଓଡିଶା ଉପକୂଳ ପାଖାପାଖି ଗତି କରିବ ବାତ୍ୟା ଅସାନି । କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାରୁ ବାତ୍ୟାକୁ ଓ ୧୨ ରେ ଅବପାତ କୁ ଖସିବ । ସେପଟେ ବାତ୍ୟା ଅସାନି ମୁକାବିଲା ନେଇ କେନ୍ଦ୍ର-ରାଜ୍ୟ ସମନ୍ୱୟ ବୈଠକ ହୋଇଛି । କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ୟା ଙ୍କ ଅଧକ୍ଷତାରେ ବସିଛି ବୈଠକ । ମୁଖ୍ୟ ସଚିବ , ସ୍ୱତନ୍ତ୍ର ରିଲିଫ କମିଶନର ପ୍ରମୁଖ ବୈଠକରେ ସାମିଲ ହୋଇଛନ୍ତି । ଆଇଏମଡି ତଥ୍ୟ ଅନୁସାରେ ରାଜ୍ୟ ପୁରା ପ୍ରସ୍ତୁତ ଥିବା ଜଣାଇଲେ ମୁଖ୍ୟ ସଚିବ । କୋରାପୁଟ, ରାୟଗଡା, ଗଂଜାମ, ଗଜପତି ହାଇଆଲର୍ଟ ରେ ଅଛନ୍ତି । ଉପକୂଳ ଦଜିଲ୍ଲା ମାନଙ୍କୁ ବି ଆଲର୍ଟ କରାଯାଇଥିବା ଜଣାଇଲେ ମୁଖ୍ୟ ସଚିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking