ପ୍ରତାପପୁର: ଥାନାରେ ହେଲା ହଳଦୀ ରସମ । ବିବାହର ରୀତି ନୀତି ସମ୍ପର୍କରେ ଆପଣ ମାନେ ନିହାତି ଦେଖିଥିବେ ଶୁଣିଥିବେ । ଘରେ ମାଙ୍ଗଳିକ କାର୍ଯ୍ୟ ଓ ବିବାହ ଧୁମଧାମରେ ହୋଇଥାଏ । କିନ୍ତୁ କଣ ଆପଣ ଥାନା ରେ ମଙ୍ଗନ ରେ ହେଉଥିବା ହଳଦୀ ରସମ କେବେ ଦେଖିଥିଲେ କି । ଥାନାରେ ଅପରାଧି ରହୁଥିବା ବେଳେ ଏକ ନିଆରା ଘଟଣା ମଧ୍ୟ ଘଟିଛି । ପ୍ରତାପଗଡ ଜିଲ୍ଲା ର ଆର୍ନୋଡ ସବଡିଭିଜନ ମୁଖ୍ୟାଳୟ ର ପୁଲିସ ଷ୍ଟେସନ ରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଜଣେ ମହିଳା କନଷ୍ଟେବଳ ବିବାହ ଛୁଟିରେ ଯାଉଥିବା ବେଳେ ପୁଲିସ କର୍ମଚାରୀମାନେ ତାଙ୍କୁ ବିଦାୟ ଦେଇଥିଲେ । ପୁଲିସ ଷ୍ଟେସନରେ ହଳଦୀ ରୀତିନୀତି କରିବା ପରେ ବିବାହର ଶୁଭେଚ୍ଛା ଜଣାଇ ପୁଲିସ ଷ୍ଟେସନ ର କର୍ମଚାରୀ ମାନେ ତାଙ୍କୁ ବିଦାୟ ଦେଇଥିଲେ ।
ମହିଳା କନ ଷ୍ଟେବଳ ନାଗୁ ମେ ୧୩ ରେ ବିବାହ କରିବାକୁ ଯାଉଛନ୍ତି ।ନିଜ ବିବାହ ପାଇଁ ସେ ଛୁଟି ନେଇ ଘରକୁ ବାହାରିଥିଲେ । କିନ୍ତୁ ସେ ନିଜେ ବି ଜାଣି ନ ଥିଲେ ଯେ ଥାନା ଷ୍ଟାଫ ମାନେ ତାଙ୍କ ପାଇଁ ଏକ ସରପ୍ରାଇଜ ରଖିଛନ୍ତି ବୋଲି । ବିବାହ ର ପୂର୍ବରୁ ଛୁଟି ନେଇ ଯିବା ଆଗରୁ ପୁଲିସ ସିଆଇ ଅଜୟ ସିଂ ଷ୍ଟାଫ ମାନଙ୍କ ସହ ହଳଦୀ ରସମ କରି କନ ଷ୍ଟେବଳ ଙ୍କୁ ବିଦାୟ ଦେଇଛନ୍ତି ।