ବ୍ରହ୍ମପୁର: ବହୁଚର୍ଚ୍ଚିତ ତପସ୍ୱିନୀ ଓ ସୁମିତଙ୍କ ପାରିବାରିବ ମାଲଲା କିଛି ମାତ୍ରାରେ ଥମିଥିବା ବେଳେ ପୁଣି ବ୍ରହ୍ମପୁର ସହରରେ ସମାନ ଘଟଣା ସାମ୍ନାକୁ ଆସିଛି । ବଡ଼ ବଜାର ଥାନା ଅନ୍ତର୍ଗତ ମାର୍ଥାସାହିରେ ନ୍ୟାୟ ଦାବିରେ ଦୁଇ ବୋହୂଙ୍କ ସହ ତାଙ୍କର ଦୁଇଟି ଛୋଟ ଶିଶୁକୁ ନେଇ ସେମାନେ ଶ୍ୱଶୁର ଘର ଆଗରେ ଧାରଣା ଦେଇଛନ୍ତି । ଧାରଣା ଦେଇଥିବା ଦୁଇ ବୋହୂ ସମ୍ପର୍କରେ ଦୁଇ ଭଉଣୀ ହୋଇଥିବା ବେଳେ ଉଭୟ ଶାଶୁ ଘର ଲୋକଙ୍କ ବିରୋଧରେ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ଧାରଣା ଦେଇଥିବା ଦୁଇ ବୋହୂ ହେଲେ ରଶ୍ମୀତା ବେହେରା ଓ ତାଙ୍କ ଯା’ ତଥା ଉଭଣୀ ସସ୍ମିତା ବେହେରା । ସୂଚନାଯୋଗ୍ୟ ଯେ ଗତ ୨୦୧୮ ମସିହା ଫେବୃୟାରୀ ମାସ ୨ ତାରିଖରେ ଆଙ୍କୁଶପୁର ଗ୍ରମାର ରଶ୍ମୀତା ବେହେରା ବଡ଼ ବଜାର ଅଞ୍ଚଳର ମାର୍ଥାସାହିର ସରସ୍ୱତୀ ବେହେରାଙ୍କ ବଡ଼ ପୁଅ ଚିଣ୍ଟୁ ବେହେରାକୁ ପ୍ରେମ ବିବାହ କରିଥିଲେ । ଏହା ପରେ ଠିକ ଏକ ବର୍ଷ ପରେ ରଶ୍ମୀତାଙ୍କ ସାନ ଭଉଣୀ ସସ୍ମିତା ବେହେରା ଚିଣ୍ଟୁଙ୍କ ସାନ ଭାଇ ଶ୍ରୀକାନ୍ତ ବେହେରାଙ୍କୁ ବିବାହ କରିଥିଲେ । ଉଭୟଙ୍କ ସ୍ୱାମୀ କନିସିରେ ଗାଡ଼ି ଗେରେଜ୍ ରହିଛି ।
ବଡ଼ ଭଉଣୀ ରଶ୍ମୀତାଙ୍କ ୨ ବର୍ଷର ଏକ ଝିଅ ରହିଥିବା ବେଳେ ତାଙ୍କ ସାନ ଭଉଣୀ ସସ୍ମିତାଙ୍କ ୩ ବର୍ଷର ଏକ ଶିଶୁ ପୁତ୍ର ରହିଛି । ବିଭିନ୍ନ ସମୟରେ ଉଭୟଙ୍କୁ ଶାଶୁ ସରସ୍ୱତୀ ନିଜ ଝିଅ କଥାରେ ପଡ଼ି ଯୌତୁକ ପାଇଁ ମାଡ଼ ମାରିବା ସହ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ଏହା ସହ ରଶ୍ମୀଙ୍କର ଝିଅଟିଏ ଜନ୍ମ ହୋଇଥିବାରୁ ତାଙ୍କୁ ଶାଶୁ ଘର ଲୋକ ନିର୍ଯାତନା ଦେଉଥିଲେ । ଏ ନେଇ ସେମାନେ ବ୍ରହ୍ମପୁର ମହିଳା ଥାନା ଓ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିବା କହିଛନ୍ତି । ସେମାନେ ଗତ ଦେଢ଼ ବର୍ଷ ହେବ ତାଙ୍କ ମା’ଙ୍କ ଘରେ ରହୁଥିବା ବେଳେ ବୁଝାସୁଝା ପରେ ଗତ ୧୩ ଦିନ ହେବ ଶାଶୁ ଘରକୁ ଆସି ରହୁଥିଲେ ।
କିନ୍ତୁ ଶାଶୁଙ୍କ କଥାରେ ପୁଣି ଦୁଇ ସ୍ୱାମୀ ସେମାନଙ୍କୁ ମାଡ଼ ମଧ୍ୟ ମାରିଥିବା ଅଭିଯୋଗ କରିଛନ୍ତି । ଗତକାଲି ରାତ୍ରିରେ ଝିଅର ପୁଅଙ୍କୁ ମାଛ ନଦେଇ ସସ୍ମିତାଙ୍କ ପୁଅ ମାଛ ଖାଇଦେବାରୁ ଏହାର ରାଗ ଶାଶୁ ଦୁଇ ବୋହୂଙ୍କ ଗାଳିଗୁଳଜ କରିବା ସହ ମାଡ଼ ମାରିଥିଲେ । ରାତି ତମାମ ବାଡ଼େଇବା ପରେ ଆଜି ସକାଳୁ ଶାଶୁ ଦୁଇ ବୋହୂଙ୍କୁ ଘରୁ ବାହାର କରିଦେଇଛନ୍ତି । ଶାଶୁ ଜଣଙ୍କ ନିଜ ଝିଅ କଥାରେ ପଡ଼ି ସେମାନଙ୍କୁ ନିର୍ଯାତନା ଦେଉଛନ୍ତି ବୋଲି ସସ୍ମିତା କହିଛନ୍ତି । ଏହି ଘଟଣାକୁ ନେଇ ଉଭୟ ଭଉଣୀ ମହିଳା ଥାନାରେ ଶାଶୁଙ୍କ ପରିବାର ଲୋକଙ୍କ ନାମରେ ଅଭିଯୋଗ କରିବା ସହ ନ୍ୟାୟ ଦାବି କରିବା ସହ ଘରେ ରହିବା ନିମନ୍ତେ ଶାଶୁ ଘର ସାମ୍ନାରେ ଆଜି ସକାଳ ଠାରୁ ୨ ଶିଶୁଙ୍କ ନେଇ ଦୁଇ ମହିଳା ଧାରଣା ଜାରିରଖିଛନ୍ତି । ଅନ୍ୟପକ୍ଷରେ ଶାଶୁ ସରସ୍ୱତୀ ଦୁଇ ବୋହୂଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବାପା ଘରକୁ ଯିବାକୁ ନେଇ ପୁଅ ଦୁଇଙ୍କ ସହ କଥାକଟାକଟି ପରେ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି ।