19.1 C
Bhubaneswar
Monday, November 25, 2024
Homeଓଡିଶାଜାଲ୍ ଶିକ୍ଷକ ପ୍ରସଙ୍ଗ:ବିଦା ହେବେ ୬୩

ଜାଲ୍ ଶିକ୍ଷକ ପ୍ରସଙ୍ଗ:ବିଦା ହେବେ ୬୩

ବ୍ରହ୍ମପୁର: ଦୀର୍ଘ ତିନି ବର୍ଷ ଧରି ଗଞ୍ଜାମ ଜିଲ୍ଲା ଶିକ୍ଷାବିଭାଗରେ କାର୍ଯ୍ୟରତ ଜାଲ ଶିକ୍ଷକଙ୍କ ତଦନ୍ତ ଚାଲିଛି । ଇତି ମଧ୍ୟରେ ଦୁଇ ଜଣ ଶିକ୍ଷାଧିକାରୀ ବଦଳିଲେଣି । ପ୍ରାଥମିକ ସ୍ତରରେ ତଦନ୍ତ ପ୍ରକ୍ରିୟା କଛପ ଗତିରେ ଚାଲିଥିବା ବେଳେ ସଂପ୍ରତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିବା କୁହାଯାଇଛି । କିନ୍ତୁ ଦିନକୁ ଦିନ ଜାଲ ଶିକ୍ଷକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ବିଇଓ ମାନେ ତଥ୍ୟ ଦେବାରେ ବିଳମ୍ବ କରିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି । ସଦ୍ୟ ପ୍ରାପ୍ତ ତଥ୍ୟ ଅନୁଯାୟୀ ଜିଲ୍ଲାରେ ମୋଟ ଜାଲ୍ ଶିକ୍ଷକଙ୍କ ସଂଖ୍ୟା ୩୪୭ରେ ପହଞ୍ôଛଛି । ସେଥି ମଧ୍ୟରୁ ୬୩ ଜଣଙ୍କ ବିରୁଦ୍ଧରେ ଥାନାରେ ଏତାଲା ଦିଆସରିଛି । ଏମାନେ ଚାକିରୀରୁ ବିଦା ହେବା ଏକ ପ୍ରକାର ସୁନିଶ୍ଚିତ ବୋଲି ଜଣା ପଡ଼ିଛି । ପୁର୍ବରୁ ଏଯାବତ୍ ୮ ଜଣ ଚାକିରିରୁ ବିଦା ହୋଇଛନ୍ତି । ସେଥି ମଧ୍ୟରୁ କେତେ ଜଣ ନିଜେ ଇସ୍ତଫା ଦେଇଛନ୍ତି । ଅବଶିଷ୍ଟ ୨୭୬ ଜଣଙ୍କ ସର୍ଟିଫିକେଟ ଗୁଡିକର ଯାଞ୍ଚ କାର୍ଯ୍ୟକ୍ରମ ଚାଲିଥିବା ଜଣାପଡ଼ିଛି ।

ତେବେ ଏହି ପ୍ରକ୍ରିୟାରେ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁଁ ତଦନ୍ତ ପ୍ରକିୟାରେ ବାଧା ଉପୁଜୁଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟ ଯେ, ଶିକ୍ଷକମାନେ ରେଗୁଲାର ଶିକ୍ଷକ ହେବା ପୁର୍ବରୁ ଶିକ୍ଷା ସହାୟକ ଭାବେ ଯୋଗ ଦେଇଥିଲେ । ସେହି ସମୟରେ ଡିପିସିଙ୍କ ଠାରେ ପ୍ରଦାନ କରିଥିବା ମାର୍କଲିଷ୍ଟ ଏବଂ ଜିଲ୍ଲା ଶିକ୍ଷଧିକାରୀଙ୍କ ଠାରେ ପ୍ରଦାନ କରିଥିବା ମାର୍କଲିଷ୍ଟରେ ଫରକ ରହୁଛି । ସେଗୁଡିକୁ ଏକାଠି କରିବାରେ ସମସ୍ୟା ଉପୁଜିଥିବା କୁହାଯାଇଛି । ତେଣୁ ପ୍ରକ୍ରିୟା ବିଳମ୍ବିତ ହୋଇଛି । ଏଥି ଯୋଗୁଁ ସାଧାରଣରେ ଶିକ୍ଷା ବିଭାଗର କାର୍ଯ୍ୟ ଶୈଳୀ ପ୍ରତି ନା ନା ପ୍ରଶ୍ପବାଚୀ ସୃଷ୍ଟି ହୋଇଛି । ପ୍ରକାଶ ଯୋଗ୍ୟ ଯେ ଏହି ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ସଂସ୍ଥା ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍‌, ଅଲ୍ ଇଣ୍ଡିଆ ୟୁଥ୍ ଲିଗ୍ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଜାଲ୍ ଶିକ୍ଷକଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ ।

ସେତେବେଳେ ଶିକ୍ଷକଙ୍କ ସଂଖ୍ୟା ୧୬୧ ଥିଲା । ପୁଣି ଗତ ଡିସେମ୍ବର ମାସରେ ପ୍ରକାଶ ଚନ୍ଦ୍ର ମହାନ୍ତି ନାମକ ଜଣେ ବ୍ୟକ୍ତି ପୁଣି ଥରେ କରିଥିବା ଅଭିଯୋଗ ଅନୁଯାୟୀ ସଂଖ୍ୟା ବୃଦ୍ଧି ପାଇଛି । ତଦନ୍ତ ପ୍ରକିୟା ସଂପ୍ରତି ଠିକ ଚାଳିଥିବା କୁହାଯାଇଛି । ତେଣୁ ଶିକ୍ଷକଙ୍କ ସଂଖ୍ୟା ବଢ଼ୁଛି । ଆଜି କା ସ୍ଥି୍‌ତିରେ ମୋଟ ଜାଲ ଶିକ୍ଷକଙ୍କ ସଂଖ୍ୟା ୩୪୭ ରହିଛି । ସେଥି ମଧ୍ୟରୁ ୬୩ ଜଣଙ୍କ ବିରୁଦ୍ଧରେ ଥାନାରେ ଏତାଲା ଦିଆଯାଇଛି । କିଛି ଦିନ ମଧ୍ୟରେ ଏମାନେ ଚାକିରିରୁ ବିଦା ହେବା ପରିସ୍ଥିତି ସୃ୍‌ଷ୍ଟି ହେବ ବୋଲି ଜଣାପଡ଼ିଛି ।

ପ୍ରାପ୍ତ ସୁଚନା ଅନୁଯାୟୀ ଏମାନଙ୍କ ମଧ୍ୟରେ ବିଇଓ ଆସ୍କା ଅଧିନରେ କାର୍ଯ୍ୟରତ ୪ ଜଣ, ବେଗୁନିଆପଡ଼ାର୯ ଜଣ, ଛତ୍ରପୁରର୭ ଜଣ,ଚିକିଟିର ଜଣେ, ଧରାକୋଟର ୮ଜଣ, କବିସୁର୍ଯ୍ୟନଗରର ୧୧ ଜଣ, ଖଲ୍‌ିକୋଟର ୧୧ ଜଣ, ପାତ୍ରପୁରର ଜଣେ,ପୋଲସରାର ୨ ଜଣ, ପୁରୁଷୋତ୍ତମପୁରର ୫ ଜଣ, ରଙ୍ଗେଇଲୁଣ୍ଡାର ଜଣେ, ଶେରଗଡ଼ର ୨ ଜଣ,ସୋରଡ଼ାର ଜଣେ ଶିକ୍ଷକ ରହିଛନ୍ତି । ପ୍ରକାଶ ଯୋଗ୍ୟ ଯେ କେତେକ ଶିକ୍ଷକ ସାର୍ଟିଫିକେଟ ଆନ୍ଧ୍ରପ୍ରଦେଶର ସଂଗ୍ରହ କରିଥିବା ବେଳେ ଆଉ କେତେକ ଅନ୍ୟାନ୍ୟ ରାଜ୍ୟରୁ ପାଇଛନ୍ତି । ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ପାଇଛନ୍ତି । ତେଣୁ ତଦନ୍ତ ପ୍ରକିୟା ସମୟ ସାପେକ୍ଷ ହେଉଛି ବୋଲି କୁହାଯାଇଛି । ଜିଲ୍ଲାର ଜିଲ୍ଲାପାଳ ଏହି ପରିପ୍ରେକ୍ଷୀରେ ତତ୍ପରତା ପ୍ରକାଶ କରିଥିବା କୁହାଯାଇଛି । ନୁତନ ଶିକ୍ଷା ବର୍ଷ ଆରମ୍ଭ ହୋଇଯାଇଥିବା ବେଳେ ଏ ନେଇ ସ୍ୱଷ୍ଟ ଚିତ୍ର ଜନସାଧାରଣଙ୍କ ଠାରେ ପହଞ୍ôଚବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking