20.1 C
Bhubaneswar
Monday, November 25, 2024
Homeଓଡିଶାଘଣ୍ଟାପ୍ରତି ବାତ୍ୟାର ବେଗ ୧୬ କିଲୋମିଟର

ଘଣ୍ଟାପ୍ରତି ବାତ୍ୟାର ବେଗ ୧୬ କିଲୋମିଟର

ଭୁବନେଶ୍ୱର: ସମୁଦ୍ର ଭିତରେ ଅଶାନ୍ତ ହେଉଛି ବାତ୍ୟା ଅସାନି । ବାତ୍ୟା ଅସାନି ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ଗତି କରୁଛି । ଏହାର ଗତିପଥ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ରହିଛି । ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାର ରୂପ ନେବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି ।

ଶ୍ରୀ ଜେନା କହିଛନ୍ତି ଯେ, ବାତ୍ୟା ଏବେ ପୁରୀ ଠାରୁ ୬୧୦ କିଲୋମିଟର ଦୂରରେ ରହିଥିବାବେଳେ ବିଶାଖାପାଟଣାରୁ ୪୫୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟ ସମୁଦ୍ରରେ ପହଞ୍ଚିବ । ଏହାପରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରିକର୍ଭ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ମୁହାଁଇବ ବାତ୍ୟା । ତେବେ ୩୬ ଘଣ୍ଟାରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାର ରୂପ ନେବ ଅସାନି । ସ୍ଥଳଭାଗ ନ ଛୁଇଁ ସମୁଦ୍ର କୂଳେ କୂଳେ ସମାନ୍ତରାଳ ଭାବେ ଗତି କରିବ । ଏହାର ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ । ଆସନ୍ତକାଲି ଠାରୁ ପାଣିପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ରହିଛି ।

ସେହିପରି ୧୧ ତାରିଖରେ ୫ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ୧୨ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ରହିବା ସହ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୩ ତାରିଖରୁ ବର୍ଷା କମିବା ସହ ଓ ପବନର ବେଗ ବଢ଼ିବ । ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୧୦୫ରୁ ୧୧୫ କିଲୋମିଟର ଏବଂ ଝଟକା ପବନ ଘଣ୍ଟାପ୍ରତି ୧୨୫ କିଲୋମିଟର ପର୍ଯ୍ୟନ୍ତ ବହିବା ସମ୍ଭାବନା ରହିଛି । ଉପକୂଳବର୍ତ୍ତୀ ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦କିମି ଏବଂ ଝଟକା ପବନ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।ଏଣୁ ଗୋପାଳପୁର, ଧାମରା, ପାରାଦୀପ ଏବଂ ପୁରୀ ସିଗନାଲ ବନ୍ଦର ପାଇଁ ୨ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଅନ୍ୟପଟେ ପୁରୀ ପାରାଦୀପ ଦେଇ ଅତିକ୍ରମ କରିବା ବେଳକୁ ଅବପାତ ରୂପ ନେଇ ସାରିଥିବ ବାତ୍ୟା । ଏହି ସମୟରେ ଗଞ୍ଜାମ ଓ ଗଜପତି ପରି କିଛି ସ୍ଥାନରେ ୭୦-୧୧୦ ମିଲିମିଟର ବର୍ଷା ହୋଇପାରେ । ପବନ ଜନିତ କିଛି ସମସ୍ୟା ହେବନାହିଁ । ଜିଲ୍ଲା ପ୍ରଶାସନ ସ୍ଥିତି ଦେଖି ସ୍ଥାନାନ୍ତର କରିବାକୁ କୁହାଯାଇଛି ।

ସେହିପରି ସୋମବାର ବିଶାଖାପାଟଣାରୁ ଗଞ୍ଜାମ ଅସୁଥିବା ମତ୍ସ୍ୟଜୀବୀଙ୍କ ଡଙ୍ଗା ସମୁଦ୍ର ମଝିରେ ଫସିଯାଇଥିଲା । ଉଚ୍ଚ ଜୁଆର ଲାଗି ଡଙ୍ଗା ସମୁଦ୍ର ମଝିରେ ରହିଯାଇଥିଲା । ସେହି ଡଙ୍ଗାରେ ପ୍ରାୟ ୧୧ଜଣ ମତ୍ସ୍ୟଜୀବୀ ରହିଥିଲେ । ଖବର ପାଇ ଏସ୍‌ଆର୍‌ସି ସେମାନଙ୍କୁ ଉଦ୍ଧାର କରିବାକୁ ତଟବାହୀନୀର ସହଯୋଗ ଲୋଡିଥିଲେ । ଫଳରେ ତଟରକ୍ଷୀ ବାହିନୀ ପକ୍ଷରୁ ହେଲିକେପ୍ଟର ମାଧ୍ୟମରେ ସମସ୍ତ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରାଯାଇଛି । ସମୁଦ୍ରରେ ଫସିଥିବା ଏହି ଧୀବରଙ୍କୁ ଉଦ୍ଧାର କରିବା ଲାଗି ତଟରକ୍ଷା ବାହିନୀ ଅପରାହ୍ଣ ୪.୫୫ ମିନିଟରେ ହେଲିକେପ୍ଟର ଜରିଆରେ ଅପରେସନ୍ ଆମ୍ଭ କରିଥିଲା । ସଂଧ୍ୟା ୬.୧୫ ସୁଦ୍ଧା ଏହି ଅପରେସନ୍ ଶେଷ ହୋଇ ସମସ୍ତ ମତ୍ସ୍ୟଜୀବୀ ଉଦ୍ଧାର ହୋଇଥିଲେ । ଏସଆରସି ଏଥିଲାଗି ଭାରତୀୟ ତଟରକ୍ଷା ବାହିନୀକୁ ପ୍ରଶଂସା କରିବା ସହ ଗଞ୍ଜାମ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking