18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଏମିତି ଏକ ଦେଶ ଯେଉଁଠି ବହି ପଢିବା ଦ୍ୱାରା ଶୀଘ୍ର ମିଳିଥାଏ ଜେଲରୁ ମୁକ୍ତି

ଏମିତି ଏକ ଦେଶ ଯେଉଁଠି ବହି ପଢିବା ଦ୍ୱାରା ଶୀଘ୍ର ମିଳିଥାଏ ଜେଲରୁ ମୁକ୍ତି

ବୋଲିଭିଆ: ଏମିତି ଏକ ଦେଶ ରହିଛି ଯେଉଁଠି ବହି ପଢିଲେ ଦଣ୍ଡ କମ ମିଳୁଛି । ପୁରା ଦୁନିଆରେ ଏବେ ବୋଲିଭିିଆ ଜେଲ ବିଷୟରେ ଚର୍ଚ୍ଚା ହେଉଛି । ଏହି ଜେଲ ରେ ବହି ପଢିଲେ ଶୀଘ୍ର ମୁକ୍ତି ମିଳୁଛି । ବୋଲିଭିଆ ର ଅତ୍ୟଧିକ ଜନଗହଳିପୂର୍ଣ୍ଣ କାରାଗାର ରେ ବନ୍ଦୀ ମାନଙ୍କ ସଂଖ୍ୟା କୁ ନିୟନ୍ତ୍ରିତ କରିବାକୁ ଏକ ନୂତ କୈାଶଳ ଆପଣା ଯାଇଛି । ସୂଚନା ଅନୁଯାୟୀ ବୋଲିଭିଆ ରେ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ନାହିଁ । ଏଭଳି ପରିସ୍ଥିତି ରେ ବନ୍ଦୀ ମାନେ ଏହି ପଦ୍ଧତି କୁ ବହୁତ ପସନ୍ଦ କରୁଛନ୍ତି । ବୋଲିଭିଆର ସମସ୍ତ ସ୍ଥାନରେ ବୁକ୍ସ ବିହାଇଣ୍ଡ ବାର କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଅଧୀନରେ ଜେଲରେ ଥିବା କଏଦୀ ମାନେ ମୁକ୍ତ ହେବାର କିଛି ଦିନ ପୂର୍ବରୁ ଜେଲରୁ ବାହାରିବାର ସୁଯୋଗ ପାଇଥାନ୍ତି । ଦେଶରେ ୪୭ ଟି ଜେଲ ରେ ଏକକାଳୀନ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ ବୋଲିଭିଆ ରେ ଆଜୀବନ କାରାଦଣ୍ଡର କୈାଣସି ବ୍ୟବସ୍ଥା ନାହିଁ । ଦେଶରେ ନ୍ୟାୟ ବ୍ୟବସ୍ଥା ମନ୍ଥର ଥିବାରୁ ଜେଲଗୁଡିକରେ କଏଦୀ ମାନଙ୍କ ସଂଖ୍ୟା କ୍ଷମତା ଠାରୁ ଅଧିକ ହୋଇଯାଏ । ଏଭଳି ପରିସ୍ଥିତି ରେ ବନ୍ଦୀ ମାନଙ୍କ ସଂଖ୍ୟା କୁ ନିୟନ୍ତ୍ରଣ କରିବା ଲକ୍ଷ୍ୟ ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜେଲରେ ଥିବା କଏଦୀ ମାନଙ୍କୁ ବହି ପଢିବାକୁ ଉତ୍ସାହିତ କରାଯାଉଛି । ବନ୍ଦୀ ମାନଙ୍କ ପାଇଁ ପ୍ରତ୍ୟେକ ଜେଲ ରେ ଲାଇବ୍ରେରୀ ସ୍ଥାପନା କରାଯାଇଛି । ଯେଉଁଠାରେ ସେମାନେ ଯେ କୈାଣସି ବିଷୟରେ ବହି ପଢି ପାରିବେ । ପ୍ରତ୍ୟେକ ପୁସ୍ତକ ପଢିବା ପରେ ବନ୍ଦୀ ମାନଙ୍କ ପରୀକ୍ଷା ନିଆଯାଏ ।ଏଥିରେ ସଂଖ୍ୟା ଆଧାରରେ ଦଣ୍ଡ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଏ । ତେବେ ଜ୍ୟାକଲିନ ନାମକ ଜଣେ କଏଦୀ ବର୍ଷକରେ ୮ ଟି ପୁସ୍ତକ ପଢି ୪ ଟି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ବୋଲିଭିଆର ମାନବ ଅଧିକାର ସଂଗଠନ ଅନୁଯାୟୀ , କାରାଗର ର ଅବସ୍ଥା ଅତ୍ୟନ୍ତ ଖରାପ । ଅନେକ କଏଦୀ ଏହି ସ୍କିମ ର ଲାଭ ଉଠାଇ ଜେଲ ରୁ ମୁକୁଳିବାକୁ ଲାଗିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking