33.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶବିବାହ ସମାରୋହରେ ଯୋଗ ଦେଇ ଫେରିବା ବାଟରେ ଚାଲିଗଲା ୪ ଜୀବନ

ବିବାହ ସମାରୋହରେ ଯୋଗ ଦେଇ ଫେରିବା ବାଟରେ ଚାଲିଗଲା ୪ ଜୀବନ

ଶିମଳା : ହିମାଚଳ ପ୍ରଦେଶରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି । ପ୍ରଦେଶର ରାଜଧାନୀ ଶିମଳାର ରୋହଡୁରେ ଏକ କାର ଖାଇକୁ ଖସି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୪ ଜଣ କାର ଯାତ୍ରୀଙ୍କର ମୃତ୍ୟୁ ଘଟିଛି । କାରରେ ଥିବା ସମସ୍ତ ଯାତ୍ରୀ ଏକ ବିବାହ ସମାରୋହରେ ଯୋଗ ଦେଇ ଫେରୁଥିଲେ । ଫେରୁଥିବା ସମୟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ସମସ୍ତଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।

ସୂଚନା ଅନୁଯାୟୀ, ବିବାହ ସମାରୋହରୁ ଫେରୁଥିବା ସମୟରେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଘଟଣାର ତଦନ୍ତ ଜାରି ରହିଛି । କାରରେ ଥିବା ସମସ୍ତ ଯାତ୍ରୀ ଗୋଟିଏ ଗାଁର ହୋଇଥିବା ବେଳେ ସମୋଲୀରେ ଗାଁରେ ଥିବା ବିବାହ ସମାରୋହରେ ଯୋଗ ଦେଇ ଘରକୁ ଫେରୁଥିଲେ । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଆଜି ସକାଳେ ଗାଁର ଜଣେ ମହିଳା ଘାସ ଆଣିବାକୁ ଯାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଦେଖି ସ୍ଥାନୀୟ ବାସିନ୍ଦାଙ୍କୁ ଜଣାଇଥିଲେ । ଖବର ପାଇ ପୁଲିସ,ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking