28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶପାଶ୍ଚାତ୍ୟ ଦେଶମାନଙ୍କୁ ରୁଷର ଚେତାବନୀ, ମସ୍କୋ ଉପରେ ଉଡିଲା ସବୁଠୁ ବିପଜ୍ଜନକ ବିମାନ

ପାଶ୍ଚାତ୍ୟ ଦେଶମାନଙ୍କୁ ରୁଷର ଚେତାବନୀ, ମସ୍କୋ ଉପରେ ଉଡିଲା ସବୁଠୁ ବିପଜ୍ଜନକ ବିମାନ

ମସ୍କୋ:ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧକୁ ୭୧ ଦିନ ବିତିଗଲାଣି । ଲଗାତାର ୟୁକ୍ରେନ ଉପରେ ମିଶାଇଲ ଆକ୍ରମଣ କରୁଛି ରୁଷ ।ରୁଷ ଏବେ ଆମେରିକା ଏବଂ ନାଟୋ ଦେଶକୁ ଚେତାବନୀ ଦେଇଛି । ତେବେ ୯ ମେ ରେ ରୁଷ ଏପରି ଏକ ବିମାନ ଅବତରଣ କରିବାକୁ ଯାଉଛି , ଯାହାକୁ ପୁରା ଦୁନିଆ ପ୍ରଳୟଙ୍କାରୀ ବିମାନ ବୋଲି ମାନି ଥାଏ । ତେବେ ୯ ମେ ରେ ବିଜୟ ଦିବସ ହୋଇଥିବାରୁ ରୁଷ ଏହି ଦିନ ବିମାନ ଅବତରଣ କରି ନାଟୋ ଦେଶ ସମେତ ଆମେରିକା କୁ ଚେତାଇ ଦେବାକୁ ଚାହୁଁଛି । ୟୁକ୍ରେନକୁ ସହଯୋଗ କଲେ ପରିଣାମ ଭୟଙ୍କର ହେବ । ତେବେ ଦୁନିଆର ସବୁଠୁ ବିପଜ୍ଜନକ ଫାଇଟର ବିମାନ ହେଉଛି ରୁଷ ର ବିମାନ । ରୁଷିଆର ଏହି ବିମାନ ର ନାମ ହେଉଛି ସସ-୮୦ । ପରମାଣୁ ଯୁଦ୍ଧ ରେ ଶତ୍ରୁକୁ ହଟାଇବା ଲକ୍ଷ୍ୟରେ ରୁଷିଆ ସବୁଠାରୁ ବିପଜ୍ଜନକ ଷ୍ଟ୍ରାଟେଜି ଫାଇଟର ଜେଟ ବିମାନ କୁ ବ୍ୟବହାର କରିବାକୁ ଚାହିଁଛି । ଆମେରିକା ସମେତ ବିଶ୍ୱର ଅନେକ ଦେଶ ଏହି ବିମାନକୁ ଅତ୍ୟନ୍ତ ବିପଜ୍ଜନକ ମାନିଛନ୍ତି ।ତେବେ ରୁଷିଆ ସେନାର ପ୍ରତୀକ ଚ୍ଛ । ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ କରୁଥିବା ରୁଷ ର ପ୍ରତୀକ ଚ୍ଛ ବନିଯାଇଛି । ରୁଷ ର ଜାହାଜ, ଟ୍ୟାଙ୍କ, ଏବଂ ଅନ୍ୟ ଗାଡି ଗୁଡିକ ରେ ଏହି ଚିହ୍ନ ଲାଗିଛି । ରୁଷ ୟୁକ୍ରେନ ବିରୁଦ୍ଧରେ ଲଢୁଥିବା ଯୁଦ୍ଧରେ ଚ୍ଛ କୁ ସିମ୍ବଲ ବନାଇଛି ।ଯାହାକି ଏବେ ରୁଷ ସେନାଙ୍କ ପ୍ରତୀକ ବନିଯାଇଛି । ସେପଟେ ଆସନ୍ତା ମେ ୯ ତାରିଖରେ ମସ୍କୋରେ ଉଡାଣ ଭରିବ ରୁଷର ରଣନୈତିକ ବିମାନ । ଦୁଇଟି ମିଗ-୨୯ ଜେଟ ଏବଂ ଶକ୍ତିଶାଳୀ ବିମାନ ଡୁମସଡେ ପ୍ଲେନ ଉଡାଣ ଭରିବେ । ମେ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରିହର୍ସାଲ ପ୍ୟାରେଡ ରେ ବିନାଶକାରୀ ବିମାନ ଉଡିବ ।ତେବେ ରୁଷ ନାଜି ଜର୍ମାନୀ ଉପରେ ବିଜୟ କରିଥିବାରୁ ମେ ୯ କୁ ସେ ବିଜୟ ଦିବସ ରୂପେ ପାଳନ କରିଥାଏ ।ଚଳିତ ବର୍ଷ ୭୭ ତମ ବାର୍ଷିକ ବିଜୟ ଉତ୍ସବ ପାଳନ କରିବ ରୁଷ ।ଏହି ସମୟରେ ପ୍ୟାରେଡ ରେ ୧୧ ହଜାର ସୈନ୍ୟ ଅଂଶ ଗ୍ରହଣ କରିବେ ।ଏହା ସହିତ ୧୩୧ ପ୍ରକାରର ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ଏବଂ ୭୭ ଟି ବିମାନ ବ୍ୟବହାର ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking