17.1 C
Bhubaneswar
Sunday, November 24, 2024
Homeଓଡିଶାବାଇକ୍ ଧକ୍କାରେ ଶିଶୁ କନ୍ୟା ମୃତ : ଥାନା ସମ୍ମୁଖରେ ଶବରଖି ଆନ୍ଦୋଳନ

ବାଇକ୍ ଧକ୍କାରେ ଶିଶୁ କନ୍ୟା ମୃତ : ଥାନା ସମ୍ମୁଖରେ ଶବରଖି ଆନ୍ଦୋଳନ

ବାଙ୍କୀ : ବାଙ୍କୀ ଏନ୍‌ଏସି ଅନ୍ତର୍ଗତ ମନ୍ତ୍ରୀ ସାହି ଗ୍ରାମର ମାଧବ ମନ୍ତ୍ରୀଙ୍କ ୭ ବର୍ଷର ଝିଅ ମାମୁନି ମନ୍ତ୍ରୀ ଗତକାଲି ଏକ ବାଇକ୍ ଧକ୍କାରେ ଗୁରୁତର ହୋଇ କଟକ ବଡ଼ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେଠାରେ ଶବ ବ୍ୟବଚ୍ଛେଦ ପରେ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ମାତ୍ର ଘଟଣାରେ ପୁଲିସ ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ଗ୍ରାମବାସୀ ଥାନା ଗେଟ୍ ସମ୍ମୁଖରେ ରଖି ଆନ୍ଦୋଳନ କରିଛନ୍ତି ।

ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ମୋଟର ସାଇକେଲ୍ ଦୁର୍ଘଟଣା ପରେ ପୁଲିସ ଚାଳକ ପଦନପୁର ଗ୍ରାମର ଶିବ ପ୍ରଧାନକୁ ଅଟକ ରଖିଛି । କିନ୍ତୁ ଗତକାଲିଠାରୁ ଅଦ୍ୟାବଧି ତାଙ୍କୁ ଗିରଫ୍ କରି କୋର୍ଟଚାଲାଣ କରିବା ପରିବର୍ତ୍ତେ ତାକୁ ସୁରକ୍ଷା ଦେଇ ଥାନାରେ ରଖିଛି । ଏହାକୁ ପ୍ରତିବାଦ କରି ନ୍ୟାୟ ପାଇଁ ଆଜି ଥାନା ସମ୍ମୁଖରେ ଟାୟାର ଜାଳି ମୃତ ଶବକୁ ରଖିବା ସହିତ ଥାନାକୁ ଘେରାଉ କରିଛନ୍ତି ବୋଲି କହିଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି । ନ୍ୟାୟ ପାଇଁ ଗ୍ରାମବାସୀ ଅଟଳ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking