30.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶକିନ୍ନରଙ୍କ ଅନ୍ତିମ ସଂସ୍କାରକୁ ସାଧାରଣ ଲୋକମାନେ କାହିଁକି ଦେଖିପାରନ୍ତି ନାହିଁ, ଜାଣନ୍ତୁ ଏହି ରହସ୍ୟ…

କିନ୍ନରଙ୍କ ଅନ୍ତିମ ସଂସ୍କାରକୁ ସାଧାରଣ ଲୋକମାନେ କାହିଁକି ଦେଖିପାରନ୍ତି ନାହିଁ, ଜାଣନ୍ତୁ ଏହି ରହସ୍ୟ…

ନୂଆଦିଲ୍ଲୀ :ଦୁନିଆରେ କେତେ ଧର୍ମ ଓ ଜାତିର ଲୋକମାନେ ରହିଥାନ୍ତି । ଏମାନଙ୍କ ମଧ୍ୟରୁ ମାତ୍ର ୩ଟି ଲିଙ୍ଗ ହେଉଛି ପୁରୁଷ, ମହିଳା ଓ କିନ୍ନର। ସମସ୍ତେ ନିଜ ସଂସ୍କାରକୁ ପାଳନ କରିବା ସହିତ ନିଜ ଜୀବନକୁ ନିଜ ଇଚ୍ଛାରେ ବଂଚିବାକୁ ଚାହିଁଥାନ୍ତି। ସମସ୍ତଙ୍କର କାମ କରିବାର ଢ଼ଙ୍ଗ ଏବଂ ଜୀବନ ଶୈଳୀ ଭିନ୍ନ ଭିନ୍ନ ହୋଇଥାଏ। କିନ୍ନରମାନଙ୍କ ଜୀବନଶୈଳୀର ଏକ ସତ ଘଟଣା ବିଷୟରେ କହିବାକୁ ଚାହୁଁଛୁ। ଯେଉଁ କଥାକୁ ଅଧିକାଂଶ ଲୋକ ଜାଣିନଥିବେ। ଏହି କିନ୍ନରମାନଙ୍କ ଚାଲିଚଳଣ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ। ସବୁଠାରୁ ବଡ କଥା ହେଲା କିନ୍ନରଙ୍କ ଅନ୍ତିମ ସଂସ୍କାର ଅନ୍ୟମାନଙ୍କ ଠାରୁ ଭିନ୍ନ ରହିଥାଏ ।

କୁହାଯାଏ ଯେ, କିନ୍ନରଙ୍କ ପାଖରେ ଆଧ୍ୟାତ୍ମିକ ଶକ୍ତି ରହିଥାଏ । ଯାହାଫଳରେ ତାଙ୍କୁ ନିଜର ମୃତ୍ୟୁର ଆଭାସ ହୋଇଯାଇଥାଏ । ମୃତ୍ୟୁ ହେବାର ଜାଣିବା ପରେ କିନ୍ନରମାନେ କୁଆଡେ ଯିବା ଆସିବା କରିବା ସହ ଖାଦ୍ୟ ଖାଇବା ମଧ୍ୟ ବନ୍ଦ କରିଦେଇଥାନ୍ତି । ଏହି ସମୟରେ କେବଳ ପାଣି ପିଇଥାନ୍ତି ଓ ଇଶ୍ବରଙ୍କୁ ନିଜର ଏବଂ ଅନ୍ୟ କିନ୍ନରଙ୍କ ପାଇଁ ପ୍ରାର୍ଥନା କରିଥାନ୍ତି ଆଗାମୀ ଜନ୍ମରେ ଯେପରି ସେମାନେ କିନ୍ନର ହୋଇ ଜନ୍ମ ନ ନିଅନ୍ତି । ଏପରିକି ଆଖପାଖର ଏବଂ ଦୂରରୁ କିନ୍ନରମାନେ ମରୁଥିବା କିନ୍ନରଙ୍କ ଆର୍ଶିବାଦ ନେବାକୁ ଆସିଥାନ୍ତି । କୁହାଯାଏ ଯେ, ମୃତ୍ୟୁ ଶର୍ଯ୍ୟା ନିକଟରେ କିନ୍ନରଙ୍କ ପ୍ରାର୍ଥନା ଖୁବ୍ ପ୍ରଭାବଶାଳି ରହିଥାଏ ।

ଶବଯାତ୍ରା ବେଳେ ଶବକୁ ଚାରି କାନ୍ଧରେ ପକାଇ ନେବାର ପରମ୍ପରା ଠାରୁ ଅଲଗା । କୁହାଯାଏ ଯେ, ସାଧାରଣ ଲୋକ ଯଦି କେହି ମୃତ କିନ୍ନରଙ୍କୁ ଦେଖିଦିଏ ତେବେ ମୃତକ ପୁଣିଥରେ ଆରଜନ୍ମରେ କିନ୍ନର ଭାବରେ ଜନ୍ମ ହୋଇଥାଏ । କେହି ଯେପରି ବାହାର ଲୋକ ଦେଖି ନ ପାରିବେ ସେଥିପାଇଁ କିନ୍ନରମାନେ ବିଳମ୍ବିତ ରାତିରେ ଅନ୍ତିମ ସଂସ୍କାର କରିଥାନ୍ତି । ଯଦି ସେମାନେ ଜାଣିପାରନ୍ତି ବାହାର ଲୋକ କେହି ତାଙ୍କର ଅନ୍ତିମ ସଂସ୍କାର ଦେଖୁଛନ୍ତି ତେବେ ସେହି ବ୍ୟକ୍ତି ପାଇଁ ଏହା ଖୁବ ବିପଦଜନକ ।କିନ୍ନରମାନେ ନିଜେ ତାଙ୍କର ଜୀବନକୁ ଏତେ ଅଭିଶପ୍ତ ମାନିଥାନ୍ତି ଯେ, ଶବଯାତ୍ରା ପୂର୍ବରୁ ମୃତକଙ୍କୁ ଯୋତା-ଚପଲରେ ପିଟିଥାନ୍ତି ଓ ଗାଳି ମଧ୍ୟ ଦେଇଥାନ୍ତି ଯାହାଫଳରେ ମୃତ କିନ୍ନର ଯଦି ଜୀବିତ ଅବସ୍ଥାରେ କିଛି ଅପରାଧ କରିଥାଏ ତା’ର ପ୍ରାୟଶ୍ଚିତ ହୋଇଯିବ ଓ ଆର ଜନ୍ମରେ ସାଧାରଣ ମଣିଷର ଜନ୍ମ ମିଳିପାରିବ । ନିଜ ସମୁଦାୟର ଗୋଟିଏ ବି କିନ୍ନର ମୃତ୍ୟୁ ପରେ ବୟସ୍କ କିନ୍ନରଙ୍କ ସମୁଦାୟ ୧ ସପ୍ତାହ ପର୍ଯ୍ୟନ୍ତ ବ୍ରତ କରିଥାନ୍ତି ଓ ମୃତକଙ୍କ ପାଇଁ ପ୍ରାର୍ଥନା କରିଥାନ୍ତି ।

କିନ୍ନରଙ୍କ ଶବକୁ ପୋଡିବା ବଦଳରେ ପୋତା ଯାଇଥାଏ। ଅନ୍ତିମ ସଂସ୍କାର ଗୁପ୍ତ ଏବଂ ସାଧାସିଧା ଭାବରେ କରାଯାଇଥାଏ । ଶବକୁ ଧଳା କପଡାରେ ଗୁଡାଇ ନେଇଥାଏ । ଏହାର ପ୍ରତୀକ ହେଉଛି ମୃତକର ଏହି ଶରୀର ଓ ଏହି ଦୁନିଆଠାରୁ ସବୁ ସମ୍ପର୍କ ତୁଟି ସାରିଛି । ପାଟିରେ ପବିତ୍ର ଗଙ୍ଗାଜଳ ଦେବାର ମଧ୍ୟ ପରମ୍ପରା ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking