ନୂଆଦିଲ୍ଲୀ : ଅଭିନେତା ଶାହାରୁଖ ଖାନ ଏବଂ କାଜୋଲଙ୍କ ଯୋଡି ସେମାନଙ୍କ ସମୟରେ ହିଟ୍ ଯୋଡି। ସେମାନଙ୍କର ଯୋଡି ଅଲ୍ ଟାଇମ୍ ଫେବରେଟ୍। ଆଜି ବି ତାଙ୍କ ଚାର୍ମ ଦର୍ଶକଙ୍କ ହୃଦୟ ଏବଂ ମନରୁ ବାହାରି ନାହିଁ। ଏହି କାରଣରୁ ଶାହାରୁଖଙ୍କ ଆଗାମୀ ଫିଲ୍ମ ଉପରେ ସମସ୍ତଙ୍କ ନଜର ରହିଛି। ଏହି ସମୟରେ କିଙ୍ଗ୍ ଖାନଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି।
ଖବର ଅନୁଯାୟୀ, କାଜୋଲ ଏବଂ ଶାହାରୁଖ ଖାନଙ୍କୁ ପୁଣି ଥରେ ପରଦାରେ ଏକାଠି ଦେଖିବାକୁ ମିଳିବ। ଏହି କାର୍ଯ୍ୟ ଅନ୍ୟ କେହି ନୁହଁନ୍ତି କରନ ଜୋହର କରିବାକୁ ଯାଉଛନ୍ତି। ନିର୍ଦ୍ଦେଶକ କରନ ଜୋହର ତାଙ୍କ ଫିଲ୍ମ ‘ରକି ଏବଂ ରାନୀ କି ପ୍ରେମ କାହାନୀ’ରେ ଶାହରୁଖ ଏବଂ କାଜୋଲଙ୍କୁ ଏକାଠି କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ଉଭୟଙ୍କର ଛୋଟ ଭୂମିକା ରହିବ। ଏହା ଏକ ଗୀତ କିମ୍ବା କ୍ୟାମୋ ରୋଲ୍ ହୋଇପାରେ। ଏହି ଫିଲ୍ମରେ ଆଲିଆ ଭଟ୍ଟ ଏବଂ ରଣଭୀର ସିଂହ ମୁଖ୍ୟ ଭୂମିକାରେ ଅଛନ୍ତି। ଏଥିରେ ଜୟା ବଚ୍ଚନ, ଶବାନା ଆଜମୀ ଏବଂ ଧର୍ମେନ୍ଦ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। କାଜୋଲ ଏବଂ ଶାହାରୁଖଙ୍କୁ ଫିଲ୍ମରେ କ୍ୟାମୋ କରୁଥିବା ଦେଖିବାକୁ ମିଳିବ। ଉଭୟ ଖୁବ୍ ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ କରିବେ। କୁହାଯାଉଛି ଏହି ସୁଟିଂ କେବଳ ମୁମ୍ବାଇରେ କରାଯିବ।ତେବେ ଶାହାରୁଖ ଏବଂ କାଜୋଲ ଏହି ଖବରକୁ ନିଶ୍ଚିତ କରିନାହାଁନ୍ତି। ଯଦି ଏହି ଖବର ସତ୍ୟ ହୋଇଥାଏ, ସାତ ବର୍ଷ ପରେ ଉଭୟ କଳାକାରଙ୍କ ମିଳନ ହେବ। ଏହାପୂର୍ବରୁ ଦୁହେଁ ଶେଷ ଥର ପାଇଁ ୨୦୧୫ ରେ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ଦିଲୱାଲେ’ରେ ନଜର ଆସିଥିଲେ।