ବେଙ୍ଗାଲୁରୁ: ବାହା ହେବାକୁ ମନା କରିବାରୁ ୨୩ ବର୍ଷୀୟ ଯୁବତୀଙ୍କ ଉପରେ ଏସିଡ୍ ଫିଙ୍ଗିଲା ଯୁବକ । ପଶ୍ଚିମ ବେଙ୍ଗାଲୁରୁ ଅନ୍ତର୍ଗତ ସୁଙ୍କାଡାକାଟ୍ଟେରେ ଜଣେ ଯୁବତୀ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ଅଭିଯୁକ୍ତ ଏହି କାଣ୍ଡ ଭିଆଇଛି । ନାଗେଶ ନାମକ ଜଣେ ଲୋକ ଯୁବତୀଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିବାବେଳେ ଯୁବତୀ ଏହାକୁ ପ୍ରତ୍ଯାଖ୍ୟାନ କରିବାରୁ ସେ ଏଥିରେ ଉତକ୍ଷିପ୍ତ ହୋଇ ଏସିଡ୍ ଫିଙ୍ଗିଥିଲା ।
ସୂଚନା ଅନୁଯାୟୀ, ସୁଙ୍କାଡାକାଟ୍ଟେରେ ଥିବା ମୁଥୁଟ୍ ଫାଇନାନ୍ସ ନିକଟରେ ଅଭିଯୁକ୍ତ ଯୁବତୀଙ୍କ ଉପରେ ଏସିଡ୍ ମାଡ କରିଥିଲା । ସେପଟେ ଅଭିଯୁକ୍ତ ନିର୍ଦ୍ଧିଷ୍ଟ ସ୍ଥାନକୁ ଲକ୍ଷ୍ୟ କରି ଏସିଡ ଫିଙ୍ଗି ଥିବାବେଳେ ଏବେ ଯୁବତୀଙ୍କୁ ଏକ ବେସକାରୀ ମେଡିକାଲରେ ଚିକିତ୍ସା କରାଯାଉଛି । ଏପଟେ ଯୁବତୀ ଜଣକ ବିପଦ ମୁକ୍ତ ଥିବା ବେଙ୍ଗାଲୁରୁ ପୋଲିସ ସୂଚନା ଦେଇଛି । ସେହିଭଳି ଅଭିଯୁକ୍ତ ନାଗେଶକୁ ଧରିବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଏକ ଟିମ ଗଠନ କରିଛି ।