24.1 C
Bhubaneswar
Friday, October 25, 2024
Homeଅପରାଧମାହାଙ୍ଗାରେ ଗଣହତ୍ୟା: ବଡ଼ ଭାଇ ପରିବାରର ୫ ସଦସ୍ୟଙ୍କୁ ହତ୍ୟା କଲା ସାନଭାଇ

ମାହାଙ୍ଗାରେ ଗଣହତ୍ୟା: ବଡ଼ ଭାଇ ପରିବାରର ୫ ସଦସ୍ୟଙ୍କୁ ହତ୍ୟା କଲା ସାନଭାଇ

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ କୁସୁପୁର ଅଞ୍ଚଳରେ ପାରିବାରିକ କଳହ ତଥା ଜମିଜମା ବିବାଦର କରୁଣ ପରିଣତି ସ୍ୱରୂପ ଗଣହତ୍ୟା ଘଟିଥିବା ଜଣାଯାଇଛି । ଜମିଜମା ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ୫ଜଣଙ୍କୁ ହତ୍ୟା କରାଯାଇଛି । ଦୁଇଭାଇଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେଲା ଜମିଜମା ବିବାଦକୁ ନେଇ ବଚସା ଲାଗି ରହିଥିବା ବେଳେ ଆଜି ତାହା ଉଗ୍ରରୂପ ଧାରଣ କରିଥିଲା ଏବଂ ସାନ ଭାଇ ବଡ଼ ଭାଇ ପରିବାରର ସମ୍ପୂର୍ଣ୍ଣ ସଦସ୍ୟଙ୍କୁ ହତ୍ୟା କରିଛି । ପରିବାରର ସମସ୍ତଙ୍କୁ ହତ୍ୟା କରିବା ପରେ ମୃତକଙ୍କୁ ଏକ ଘରେ ତାଲା ପକାଇ ଭାତୃହନ୍ତା ଶିବ ସାହୁ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ନିଜକୁ ଆତ୍ମସମର୍ପଣ କରିଛି । ମୃତକଙ୍କ ମଧ୍ୟରେ ରହିଛନ୍ତି ଭାଇ ଅଲେଖ ସାହୁ, ଭାଉଜ, ୧୮ ବର୍ଷୀୟା ଝିଆରୀ ଏବଂ ଦୁଇ ନାବାଳକ ପୁତୁରା ।
ତେବେ ଆତ୍ମସମର୍ପଣ କରିବା ପୂର୍ବରୁ ଅଭିଯୁକ୍ତ ଶିବ ସାହୁ ଏକ ଭିଡିଓ ଜରିଆରେ ହତ୍ୟାକାଣ୍ଡକୁ ସ୍ୱୀକାର କରି କହିଛି ଯେ, ମୋ ଭାଇ ମତେ ଗତକାଲି ରାତିରେ ଜମିଜମା ବିବାଦକୁ ନେଇ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲା ଏବଂ ଏଥିରେ ମୁଁ ଉତ୍ତକ୍ଷୀପ୍ତ ହୋଇ ତା’ର ସମ୍ପୂର୍ଣ୍ଣ ପରିବାରକୁ ହତ୍ୟା କରିବାକୁ ବାଧ୍ୟ ହୋଇଥିଲି । ତେବେ ଏତେଜଣଙ୍କୁ ହତ୍ୟା କରିବା ପରେ ମୁଁ କୌଣସି ସ୍ଥାନରେ ଲୁଚିପାରିବି ନାହିଁ କି ମୋ ପାଖରେ କୌଣସି ଅର୍ଥ ବଳ ନାହିଁ । ଏଣୁ ମୁଁ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରୁଛି ଏବଂ ମତେ ଯାହା ଦଣ୍ଡ ମିଳିବ ତାହା ମୁଁ ସ୍ୱୀକାର କରିବି ।
ସେପଟେ ଖବର ପାଇବା ପରେ ପୁଲିସ୍ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଜାରି ରଖିଥିବା ବେଳେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ତାଲା ପଡ଼ିଥିବା ଘରୁ ପୁଲିସ୍ ତାଲା ଭାଙ୍ଗିବା କାର୍ଯ୍ୟ ଜାରି ରଖିଛି । ତେବେ ଘରେ ତାଲା ପଡ଼ିଥିବାରୁ ମୃତକଙ୍କ ପ୍ରକୃତ ସଂଖ୍ୟା ସ୍ପଷ୍ଟ ହୋଇନଥିବା ବେଳେ ଆତ୍ମସମର୍ପଣ କରିଥିବା ଶିବ ସାହୁ ୫ ଜଣଙ୍କୁ ହତ୍ୟା କରିଥିବା ଦର୍ଶାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking