24.1 C
Bhubaneswar
Wednesday, November 6, 2024
Homeଦେଶ ବିଦେଶଗୁଜରାଟରେ ଏକ୍ସଇ ଭାରିଆଣ୍ଟ ଚିହ୍ନଟ

ଗୁଜରାଟରେ ଏକ୍ସଇ ଭାରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନାର ନୂଆ ଏକ୍ସଇ ଭାରିଆଣ୍ଟର ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ପ୍ରକରଣ ଗୁଜରାଟରେ ମିଳିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଏନେଇ ନିଶ୍ଚିତ କରାଯାଇଛି। ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ କୌଣସି ସୂଚନା ମିଳି ନାହିଁ। ସଂକ୍ରମିତ ଜଣକ ବଡୋଦରାର ଗୋତ୍ରୀ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ଉକ୍ତ ବ୍ୟକ୍ତିଙ୍କୁ ୬୦ ବର୍ଷ ବୟସ ବୋଲି ଜଣାପଡିଛି। ମାର୍ଚ୍ଚ ୧୧ରେ ସେ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କ ନମୁନାକୁ ଜିନୋମ ସିକ୍ୱେନସିଂ ପାଇଁ ପଠାଯାଇଥିଲା। ପରେ ସେ ଏକ୍ସଇ ପ୍ରକରଣ ଚିହ୍ନଟ ହୋଇଛନ୍ତି। ସେ ବିଦେଶ ଯାତ୍ରା କରିଥିଲେ କି ନାହିଁ ସେନେଇ କୌଣସି ସ୍ପଷ୍ଟତା ମିଳି ପାରି ନାହିଁ।

ଦେଶରେ ଏକ୍ସଇ ପ୍ରକରଣର ପ୍ରଥମ ମାମଲା ମୁମ୍ବଇରେ ମିଳିଥିଲା ବୋଲି କୁହାଯାଉଥିଲା। ବର୍ତ୍ତମାନ ଏକ୍ସଇ ପ୍ରକରଣରେ ୨ ଜଣ ସଂକ୍ରମିତ ହୋଇଛନ୍ତି। ଏହି ଭାରିଆଣ୍ଟ କାରଣରୁ ଚୀନରେ ପୁଣି କରୋନା କାୟା ବିସ୍ତାର କରି ଚାଲିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ଏହି ପ୍ରକରଣର ପ୍ରଥମ ମାମଲା ୧୯ ଜାନୁଆରୀରେ ବ୍ରିଟେନରେ ଚିହ୍ନଟ ହୋଇଥିଲା। ମୁମ୍ବଇର ଜଣେ ୫୦ ବର୍ଷ ବୟସ୍କା ମହିଳା ଏହି ନୂତନ ପ୍ରକରଣରେ ସଂକ୍ରମିତ ହୋଇଥିବା ନେଇ ଖବର ମିଳିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟତା ମିଳିନଥିଲା।

ଏହି ମହିଳାଙ୍କର କରୋନାର କୌଣସି ଲକ୍ଷଣ ନ ଥିବାରୁ ଏହା ଆଶ୍ୱସ୍ତିକର। ସେ ଫେବ୍ରୁଆରୀ ୧୦ ରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ରିପୋର୍ଟ ଅନୁଯାୟୀ, ମୁମ୍ବଇରୁ ପଠାଯାଇଥିବା ୨୩୦ଟି ନମୁନା ମଧ୍ୟରୁ ୨୨୮ ଟି ଓମିକ୍ରନ୍, କାପା ଏବଂ ଏକ୍ସଇ ପ୍ରକରଣରୁ ଗୋଟିଏ। ବିଶେଷଜ୍ଞମାନେ କରୋନାର ଏହି ନୂତନ ପ୍ରକାରକୁ ନେଇ ଗବେଷଣା ଜାରି ରଖିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ଅନୁଯାୟୀ, ୧୯ ଜାନୁଆରୀରେ ବ୍ରିଟେନରେ ଏକ୍ସଇ ନାମକ ନୂତନ ଭାରିଆଣ୍ଟ ପ୍ରଥମେ ଚିହ୍ନଟ ହୋଇଥିଲା ଏବଂ ସେହି ଦିନଠାରୁ ୬୦୦ରୁ ଅଧିକ ମାମଲା ପ୍ରମାଣିତ ହୋଇଛି । ଓମିକ୍ରନ୍ ର ଏହି ନୂତନ ପ୍ରକାର କରୋନା ଭୂତାଣୁ ପୂର୍ବ ପ୍ରକାର ଅପେକ୍ଷା ଅଧିକ ସଂକ୍ରାମକ ବୋଲି କୁହାଯାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking