29.1 C
Bhubaneswar
Wednesday, November 6, 2024
Homeଓଡିଶାତେଲ କଢ଼େଇରେ ପଡ଼ି ଯନ୍ତ୍ରଣାରେ ଛଟପଟ ଶିଶୁ

ତେଲ କଢ଼େଇରେ ପଡ଼ି ଯନ୍ତ୍ରଣାରେ ଛଟପଟ ଶିଶୁ

ବ୍ରାହ୍ମଣୀଗାଁ : ଦାରିଙ୍ଗବାଡ଼ି ବ୍ଲକ୍ ହାତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କସବସା ଗ୍ରାମର ଫୁଲ ନାୟକଙ୍କ ୪ ବର୍ଷର ନାତି (ଆମିସ ) ତେଲ କଡ଼େଇରେ ପଡି ଗୁରୁତର ଅବସ୍ଥାରେ ଚିକିତ୍ସା ଅଭାବରୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଅର୍ଥର ଅଭାବ ହେତୁ ଡାକ୍ତରଖାନା ନ ନେଇ ଚେର ମୁଳି ଦେଇ ଭଲ କରିବାକୁ ଚେଷ୍ଟା କରିଥିଲେ । ହେଲେ ପୋଡା ଘା ଶୁଖିବା ପରିବର୍ତ୍ତେ ପଚି ଯାଇଛି । ପରିବାର ଲୋକେ ଏନେଇ କସବସା ଗ୍ରାମର ମହିଳା ସଂଘର ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ । ମହିଳା ସଂଘର ସଦସ୍ୟମାନେ ଘରଘର ବୁଲି ସହାୟତା ମାଗି ଆମିସକୁ ଭଲ କରିବାକୁ ମୋହାନାର ଏକ ଘୋରଇ କ୍ଲିନିକକୁ ନେଇ ଚିକିତ୍ସା କରୁଛନ୍ତି । ପ୍ରତି ଦୁଇ ଦିନର ଥରେ ପିଲାଟିର ଗୋଡ଼ ଡ୍ରେସିଂ କରାଯାଉଥିବାରୁ ସ୍ୱତନ୍ତ୍ର ଅଟୋ ଯୋଗେ ମହିଳା ସଂଘର ସଦସ୍ୟମାନେ ଆମିସକୁ ମୋହନା କ୍ଲିନିକ ନେବା ଆଣିବା କରୁଛନ୍ତି । ଅର୍ଥର ଅଭାବ ଯୋଗୁଁ ନିଜସ୍ୱ ଖର୍ଚ୍ଚରେ ଘୋରଇ ଚିକିତ୍ସା ସମ୍ଭବ ହୋଇ ପାରୁନାହିଁ ଏଣୁ ସରକାରୀ ଚିକିତ୍ସା ଯୋଗାଇ ଦେଲେ ୪ ବର୍ଷର ଶିଶୁ ଶୀଘ୍ର ଭଲ ହୋଇ ପାରନ୍ତା ବୋଲି ମହିଳା ସଂଘର ସଦସ୍ୟମାନେ କହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଆମିସ ଜନ୍ମ ହେବା ପରେ ତା ବାପା ଆମସ ନାୟକ ଘର ଛାଡ଼ି କେଉଁ ଆଡେ ଚାଲିଯାଇଛି । ମା’ ଏକ ବର୍ଷର ଶିଶକୁ ଛାଡି ଅନ୍ୟତ୍ର ବିବାହ କରି ଚାଲିଯାଇଛି । ଆମିସ ବର୍ତ୍ତମାନ ୪ ବର୍ଷ ହେଲାଣି ଜେଜେ ମା’ଙ୍କ ଯତ୍ନରେ ରହୁଛି । ପିଲାଟିକୁ ଖୁସିର ରଖିବା ପାଇଁ ଜେଜେ ମା’ ସବୁବେଳେ ପ୍ରୟାସ ଜାରି ରଖିଥିବା ବେଳେ ଗତ ମାର୍ଚ୍ଚ ୧୬ ତାରିଖ ଦିନ ଆମିସର ଜେଜେ ମା’ ପିଠା କରିବା ପାଇଁ ତେଲ ଗରମ କରିଥିଲେ । ଏହି ସମୟରେ ଜେଜେ ମା’ ପାଖକୁ ଦୌଡି ଆସୁଥିବା ବେଳେ ଦୁର୍ଭାଗ୍ୟ ବସତଃ ତେଲ କଡ଼େଇରେ ପଡି ଯାଇଥିଲେ । ଗରମ ତେଲ ପଡ଼ି ତାଙ୍କ ଗୋଡ ପୋଡ଼ିଯାଇଛି । ଏଣୁ ଜିଲ୍ଲା ପ୍ରଶାସନ ଏହି ଅସହାୟ ଶିଶୁର ଚିକିତ୍ସା ପାଇଁ ସହାୟତା ପ୍ରଦାନ କଲେ ପିଲାର ଜୀବନ ବଞ୍ଚିଯିବ ବୋଲି ମହିଳା ସଂଘ ର ସଦସ୍ୟା ମାନେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking