24.1 C
Bhubaneswar
Wednesday, November 6, 2024
Homeଦେଶ ବିଦେଶଶରଦ ପୱାରଙ୍କ ଘର ଉପରେ ଆକ୍ରମଣ : ୧୦୭ ଜଣଙ୍କ ନାମରେ ମାମଲା ରୁଜୁ

ଶରଦ ପୱାରଙ୍କ ଘର ଉପରେ ଆକ୍ରମଣ : ୧୦୭ ଜଣଙ୍କ ନାମରେ ମାମଲା ରୁଜୁ

ନୂଆଦିଲ୍ଲୀ : ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଶରଦ ପୱାରଙ୍କ ଘର ଉପରେ ଆକ୍ରମଣ ତଥା ସୁପ୍ରିୟା ସୁଲେଙ୍କୁ ଘେରିବା ମାମଲାରେ ୧୦୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଶୁକ୍ରବାର ମହାରାଷ୍ଟ୍ର ଷ୍ଟେଟ ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନ(ଏମଏସଆରଟିସି)ର ୧୦୦ ରୁ ଅଧିକ କର୍ମଚାରୀ ଏନସିପି ନେତା ଶରଦ ପୱାରଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେଙ୍କୁ ତାଙ୍କ ଘର ବାହାରେ ଘେରିଥିଲେ । ଏହି ସମୟରେ କିଛି ଲୋକ ସୁପ୍ରିୟା ସୁଲେଙ୍କ ସହ ଖରାପ ବ୍ୟବହାର ମଧ୍ୟ କରିଥିଲେ । ସୂଚନା ଅନୁଯାୟୀ ଏମଏସଆରଟିସିର ୧୦୦ରୁ ଅଧିକ କର୍ମଚାରୀ ନିଜର ଦାବି ନେଇ ଶରଦ ପୱାରଙ୍କ ଘର ବାହାରେ ପ୍ରଦର୍ଶନ କରୁଥିଲେ ଏବଂ ତାଙ୍କ ବିରୋଧରେ ନାରାବାଜି କରିବା ସହିତ ସୁପ୍ରିୟା ସୁଲେଙ୍କ ଗାଡ଼ିକୁ ଘେରାଉ କରିଥିଲେ ।
ଏମଏସଆରଟିସି କର୍ମଚାରୀ ଗତ ବର୍ଷ ନଭେମ୍ବରରୁ ନିଜ ଦାବି କରୁଆସୁଛନ୍ତି ଏବଂ ଆନ୍ଦୋଳନ କରୁଛନ୍ତି । ସେମାନେ ଦାବି କରୁଛନ୍ତି ଯେ ତାଙ୍କ ବିଭାଗକୁ ରାଜ୍ୟ ସରକାରଙ୍କ ଅନ୍ତର୍ଭୁକ୍ତ କରାଯାଉ ଏବଂ କର୍ମଚାରୀଙ୍କ ମାନ୍ୟତା ଦିଆଯାଉ । ଏହି ମାମାଲରେ ବମ୍ବେ ହାଇକୋର୍ଟ ପ୍ରଦର୍ଶନକାରୀଙ୍କୁ କହିଥିଲେ ଯେ ସେମାନେ ୨୨ ଏପ୍ରିଲ ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅନ୍ତୁ । ହାଇକୋର୍ଟଙ୍କ ଆଦେଶ ପରେ ରାଜ୍ୟ ପରିବହନ ମନ୍ତ୍ରୀ ଅନିଲ ପରବ ମଧ୍ୟ ସବୁ ପ୍ରଦର୍ଶନକାରୀ ଆଶ୍ୱସନା ଦେଇଥିଲେ ଯେ ଯଦି ସେମାନେ ଡେଡଲାଇନ ପୂର୍ବରୁ କାର୍ଯ୍ୟରେ ଯୋଗଦେବେ ତାହାଲେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ଏହାରି ମଧ୍ୟରେ ପ୍ରଦର୍ଶନ କରୁଥିବା କର୍ମଚାରୀ ଶରଦ ପୱାରଙ୍କ ଘରକୁ ଘେରିବା ସହ ଶରଦ ପୱାର ଏବଂ ସରକାରଙ୍କ ବିରୋଧରେ ନାରାବାଜି ଆରମ୍ଭ କରିଥିଲେ । ଏହି ସମୟରେ ଅନେକ କର୍ମଚାରୀ ଶରଦ ପୱାରଙ୍କ ଘର ଉପରକୁ ଚପଲ ଫିଙ୍ଗିଥିଲେ ।
ପରିବହନ ବିଭାଗର ଜଣେ କର୍ମଚାରୀଙ୍କ ଅନୁଯାୟୀ ଧାରଣା ପ୍ରଦର୍ଶନ ଆରମ୍ଭ ହେବା ପରଠାରୁ ୧୨୦ ରୁ ଅଧିକ କର୍ମୀ ଆତ୍ମହତ୍ୟା କରିଛନ୍ତି । ଏହା ଆତ୍ମହତ୍ୟା ନୁହେଁ ଏହା ହତ୍ୟା ଯାହା ରାଜ୍ୟ ସରକାରଙ୍କ ପଲିସି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking