26.1 C
Bhubaneswar
Tuesday, November 5, 2024
Homeଦେଶ ବିଦେଶଗାଡ଼ି ଚାଳକ ଧ୍ୟାନ ଦିଅନ୍ତୁ, ଆସିଲା ନୂଆ ନିୟମ

ଗାଡ଼ି ଚାଳକ ଧ୍ୟାନ ଦିଅନ୍ତୁ, ଆସିଲା ନୂଆ ନିୟମ

ନୂଆଦିଲ୍ଲୀ: ସରକାର ପ୍ରଦୂଷଣ କମ କରିବାକୁ ଜରୁରୀ ପଦକ୍ଷେପ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ବର୍ଷ ଠାରୁ ସ୍ୱୟଂ ଚାଳିତ ଟେଷ୍ଟିଂ ସେଣ୍ଟରରୁ ହିଁ ଫିଟନେସ ସାର୍ଟିଫିକେଟ ନେବାକୁ ପଡ଼ିବ । ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ କେନ୍ଦ୍ରୀୟ ମୋଟର ଯା ନିୟମ ୧୯୮୯ ରେ ସଂଶୋଧନ କରିଛନ୍ତି । ସଂଶୋଧନ ଅନୁଯାୟୀ ଯାନଗୁଡ଼ିକୁ ପଞ୍ଜୀକୃତ ସ୍ୱୟଂ ଚାଳିତ ଟେଷ୍ଟିଂ ଷ୍ଟେସନରୁ ଫିଟନେସ ସାର୍ଟିଫିକେଟ ନେବା ବାଧ୍ୟତାମୂଳକ।

ବିଜ୍ଞପ୍ତି ଅନୁଯାୟୀ ୨୦୨୩ ଏପ୍ରିଲ ୧ରୁ ମାଲ ଏବଂ ଯାତ୍ରୀ ପରିବହନ ପାଇଁ ବ୍ୟବହାର ହେଉଥିବା ଭାରୀଯାନ ଉପରେ ନିୟମ ଲାଗୁହେବ । ଏହାପରେ ୨୦୨୪ ଜୁନ ୧ ରୁ ମଧ୍ୟମ ଓ ହାଲୁକା ବର୍ଗର ଗାଡ଼ି ପାଇଁ ନିୟମ ଲାଗୁ ହେବ ।

ମନ୍ତ୍ରାଳୟ ପ୍ରଥମେ ନିୟମରେ ପରିବର୍ତ୍ତନ ପ୍ରସ୍ତାବ ରଖିବା ସହ ଏକ ଡ୍ରାଫ୍ଟ ନୋଟିଫିକେଶନ ଜାରି କରିଥିଲେ ଏବଂ ଚୂଡ଼ାନ୍ତ ବିଜ୍ଞପ୍ତି ଜାରି କରିବା ପୂର୍ବରୁ ଏହା ସହ ଜଡ଼ିତ ଅସୁବିଧା ଏବଂ ଏହାର ସମାଧାନ ପାଇଁ ୩୦ ଦିନର ସମୟ ଦେଇଥିଲେ । ଏହି ନିୟମ ୮ ବର୍ଷ ପୁରୁଣା ଗାଡ଼ି ପାଇଁ ଦୁଇ ବର୍ଷ ଏବଂ ୮ ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ୧ ବର୍ଷ ପାଇଁ ଫିଟନେସ୍ ପ୍ରମାଣ ପତ୍ର ପ୍ରଦାନ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking