ଭୁବନେଶ୍ୱର: ବିଜେବି କଲେଜରେ ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ମାଧ୍ୟମରେ ନାମଲେଖା ପ୍ରସଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ଉଚ୍ଚଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତାକୁ ସବୁବେଳେ ଗୁରୁତ୍ୱ ଦିଆଯାଉଛି । ତେବେ ଜାଲ ସାର୍ଟିଫିକେଟ ଦେଇ ଯଦି କୌଣସି ଛାତ୍ରଛାତ୍ରୀ ନାମଲେଖାଇଥାନ୍ତି ତେବେ ସେମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ଏହାବାଦ୍ ଯଦି ରାଜ୍ୟର ଅନ୍ୟକେଉଁଠି ଏପରି ଅଭିଯୋଗ ସ୍ପଷ୍ଟ ହୁଏ ତେବେ ସେଠାରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଜେବିରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତୁରନ୍ତ ତାହାର ତର୍ଜମା କରି ଯେଉଁ ପଦକ୍ଷେପ ନିଆଯିବା ଆବ୍ୟାକ ତାହା କରିବି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ତିନି ବର୍ଷର ତଥ୍ୟ ଯାଞ୍ଚ କରିବା ପରେ ବିଜେବି କଲେଜରେ ୮ଜଣ ଛାତ୍ରଛାତ୍ରୀ ଜାଲ୍ ସାର୍ଟିଫିକେଟ ଦେଇ ଆଡମିସନ୍ କରିଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ । ଏନେଇ ବଡ଼ଗଡ଼ ଥାନାରେ ମଧ୍ୟ ଏତଲା ଦିଆଯାଇଛି । ପୁଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଏହି ସାର୍ଟିଫିକେଟ୍ କେମିତି ହାତେଇଲେ ? କିଏ ଏହି ସାର୍ଟିଫିକେଟ ଯୋଗାଇଛି ଓ କଲେଜର ଆଉ କିଛି ଛାତ୍ରଛାତ୍ରୀ ଏହି ଘଟଣାରେ ସଂପୃକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ ହେବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି । ତେବେ ଏହା ପୂର୍ବରୁ ତେବେ ପୂର୍ବରୁ ଭଦ୍ରକରେ ଜାଲ ସାର୍ଟିଫିକେଟ ଦ୍ୱାରା ନାମଲେଖାଇଥିବା ଅଭିଯୋଗ ଉଠିବା ପରେ ଖୋଳତାଡ ହେବା ପରେ ଅନେକ ସମସ୍ୟା ଲୋକଲୋଚନକୁ ଆସିଥିଲା ।