30.1 C
Bhubaneswar
Wednesday, November 6, 2024
Homeଓଡିଶା୪୦ ଡିଗ୍ରୀ ଉପରେ ୭ ସହର

୪୦ ଡିଗ୍ରୀ ଉପରେ ୭ ସହର

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଜାରି ରହିଛି । ବିଶେଷ କରି ରାଜ୍ୟର ପଶ୍ଚିମ ଓଡ଼ିଶାରେ ତାତି ଅସମ୍ଭାଳ ହେଲାଣି । ବୁଧବାର ରାଜ୍ୟରେ ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୪୧. ୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଟିଟିଲାଗଡରେ ତାପମାତ୍ରା ୪୧.୩, ବୌଦ୍ଧରେ ୪୧, ଝାରସୁଗୁଡାରେ ୪୦.୬, ସମ୍ବଲପୁରରେ ୪୦.୪, ସୁବର୍ଣ୍ଣପୁର ଓ ଭବାନୀପାଟଣା ତାପମାତ୍ରା ୪୦ଡିଗ୍ରୀ ରହିଥିଲା । ଅନୁଗୁଳ ୩୯.୧, ବାରିପଦା ୩୭.୪, ଭୁବନେଶ୍ୱର ୩୫.୨, କଟକ ୩୪.୪ ଡିଗ୍ରୀ ରେକର୍ଡ କରାଯାଇଛି ।
ଆଗକୁ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପାରଦ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୭ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଏବଂ ନୟାଗଡ଼ ସହ ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking